ଫୁଲୁଛି ଭାର୍ଗବୀ : ଗାଁରେ ପସିଲା ବନ୍ୟାଜଳ, ୩ ହଜାର ପରିବାର ଜଳବନ୍ଦୀ

Published By : Prameya-News7 Bureau | August 17, 2019 IST

ପୁରୀ ୧୭|୮: ଫୁଲୁଛି ଭାର୍ଗବୀ । ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପୁରୀରେ ବନ୍ୟା ସ୍ଥିତି ଦେଖାଦେଇଛି । ବାଟ ଗାଁ ଓ ଉତ୍ତରକଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଟଗାଁ ନୂଆଗାଁ କଲଭର୍ଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

{"id":145235}

ଉତ୍ତରକଣା ଓ ବାଟ ଗାଁର ୩ ହଜାର ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ଓଡ୍ରାଫ ଟିମ୍ ସହ ଉଦ୍ଧାରକାରୀ ବୋଟ୍ ଘଟଣାସ୍ଥଳକୁ ଯାଇଛି। କିଛି ଗ୍ରାମବାସୀଙ୍କ ଘରେ ମଧ୍ୟ ବନ୍ୟାଜଳ ପଶିଯାଇଛି।

{"id":145236}

ସେହିଭଳି ପୁରୀ ସଦର ଗୋପିନାଥପୁର ଓ ଖଣ୍ଡିଆବନ୍ଧ ଗାଁରେ ମଧ୍ୟ ବନ୍ୟାପାଣି ପ୍ରବେଶ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.