Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସକାଳେ ଉଠି କରନ୍ତୁ ନାହିଁ ଏହି ୩ଟି କାମ : ନଚେତ୍ ଦୁର୍ବଳ ହୋଇଯିବ ଶରୀର

18/07/2019 at 11:53 AM

ଆଜିକାଲି ସମସ୍ତଙ୍କ ଅଭିଯୋଗ ହେଉଛି ଏହା ଯେ ସମସ୍ତଙ୍କ ଶରୀର ଦୁର୍ବଳ ଏବଂ ଅସୁସ୍ଥ ହୋଇଯାଉଛି। କିନ୍ତୁ ଏହି ଖବର ଜାଣିବା ପରେ ଆପଣଙ୍କ ସମସ୍ତ ଅଭିଯୋଗ ଦୂର ହୋଇଯିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ୩ଟି ଜିନିଷ ଛାଡ଼ିବାକୁ ପଡ଼ିବ।

ଆଜିକାଲି ଝିଅପୁଅଙ୍କର ଅନେକ ଖରାପ ଅଭ୍ୟାସ ରହୁଛି ଯାହା ଦ୍ବାରା ତାଙ୍କ ଶରୀର ପ୍ରତି ଅନେକ ଖରାପ ପ୍ରଭାବ ପଡ଼ୁଛି। ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ ଶରୀର ଦୁର୍ବଳ ହୋଇଯାଉଛି। ଯଦି ଏହି ଅଭ୍ୟାସଗୁଡ଼ିକୁ ତୁରନ୍ତ ବନ୍ଦ ନ କରାଯାଏ ତେବେ ଶରୀର ପ୍ରତି ବହୁତ ଖରାପ ପ୍ରଭାବ ପଡ଼ିବ।

୧.ସକାଳେ ଶୋଇ ଉଠିବା ପରେ ବ୍ୟକ୍ତିଙ୍କ ଆଖି ଅତ୍ୟନ୍ତ କୋମଳ ହୋଇଥାଏ। ଯଦି କୈାଣସି ପୁଅ କିମ୍ବା ଝିଅ ସକାଳେ ଉଠିବା ପରେ ଫୋନ୍ ବ୍ୟବହାର କରନ୍ତି ତେବେ ଏହାର ସବୁଠୁ ଖରାପ ପ୍ରଭାବ ତାଙ୍କ ଆଖି ଉପରେ ପଡ଼ିଥାଏ। କାରଣ ସକା​‌ଳେ ଉଠିବା ପରେ ସ୍ମାର୍ଟଫୋନ୍ ବ୍ରବହାର କରିବା ଦ୍ବାରା ଦୃଷ୍ଟି ଶକ୍ତିି ଦୁର୍ବଳ ହୋଇଯାଇଥାଏ। ଏଥିପାଇଁ ସକାଳେ ଉଠିବା ପରେ ସ୍ମାର୍ଟଫୋନ୍ ବ୍ରବହାର କରନ୍ତୁ ନାହିଁ।

୨.ଆମ ମାନଙ୍କ ମଧ୍ୟରୁ ଅନେକ ଜଣ ବିଛଣା ଛାଡ଼ିବାର ତୁରନ୍ତ ପରେ ସ୍ନାନ କରିଥାନ୍ତି। ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅନେକ ଲୋକ ଜାଣିନଥାଆନ୍ତି ଯେ କିନ୍ତୁ ଏହା କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ସକାଳେ ଉଠିବାର ୧୫ରୁ ୨୦ମିନିଟ ପରେ ଥଣ୍ଡା ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ବିଲକୁଲ ଗାଧୋଇବା ଅନୁଚିତ୍।

୩. କେତେକ ଲୋକେ ସକାଳେ ଉଠିବାର ତୁରନ୍ତ ପରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ କେବେବି ଖାଲି ପେଟରେ ଚା’ ପିଇବା ଅନୁଚିତ୍। କାରଣ ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଏଥିପାଇଁ ସବୁଦିନ ସକାଳେ ଉଠିବା ପରେ ପାଣି ପିଅନ୍ତୁ। ଏବଂ ଏହାପରେ ​ଯେକୈାଣସି ଜିନିଷ ଖାଇପାରିବେ।

   Related Posts