ଏମିତି ୩ଟି ଜିନିଷ ଯାହା ଅପବିତ୍ର ହୋଇମଧ୍ୟ ପବିତ୍ର : ଜାଣନ୍ତୁ କ’ଣ

Published By : Prameya-News7 Bureau | June 04, 2019 IST

ହିନ୍ଦୁ ଧର୍ମରେ ଏମିତି ଅନେକ ଜିନିଷ ରହିଛି ଯାହାକୁ ପବିତ୍ର ବୋଲି ଗ୍ରହଣ କରାଯାଏ । କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅପବିତ୍ର ବୋଲି କୁହାଯାଇଥାଏ । ଏ ସମ୍ପର୍କରେ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମତ ରହିଛି । କିଛି ଲୋକ କୌଣସି ଗୋଟିଏ ଜିନିଷକୁ ପବିତ୍ର କହୁଥିବାବେଳେ ଆଉ କିଛି ସେହି ଜିନିଷକୁ ଅପବିତ୍ର ବୋଲି କହିଥାନ୍ତି । ଆଜି ଆମେ ଏମିତି କିଛି ଜିନିଷ ସମ୍ପର୍କରେ ଜାଣିବା ଯାହା ଧାର୍ମିକ ଦୃଷ୍ଟିରୁ ପବିତ୍ର କିନ୍ତୁ ଆଧୁନିକ ଯୁଗରେ ତାହାକୁ ଅପବିତ୍ର ବୋଲି ବିଶ୍ୱାସ କରଯାଏ ।

{"id":119461,"align":"center","width":574,"height":430}

ମହୁ- ମହୁ ଅପବିତ୍ର ହୋଇ ମଧ୍ୟ ଭଗବାନ ଦେଇଥିବା ଏକ ବରଦାନ ଯାହା ମଣିଷ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଯେତେବେଳେ ମହୁମାଛି ଫୁଲରୁ ରସ ଶୋଷି ପୁଣି ତାଙ୍କୁ ବାନ୍ତି କରି ମହୁ ତିଆରି କରିଥାନ୍ତି । ଏହା ଅପବିତ୍ର ହୋଇଥିଲେ ମଧ୍ୟ ଭଗବାନ ଏହାକୁ ପବିତ୍ର ବୋଲି କହିଛନ୍ତି । ପବିତ୍ର ଓ ଅପବିତ୍ରର ସମ୍ପର୍କ କୌଣସି ସ୍ଥାନ, ବସ୍ତୁ କିମ୍ବା ଅଇଁଠା ଜିନିଷକୁ ନେଇ ନହୋଇଥାଏ  ।

{"id":119451}

ଗାଈ କ୍ଷୀର - ଗାଈ କ୍ଷୀର ଅଇଁଠା ହେଲେ ମଧ୍ୟ ତାକୁ ପବିତ୍ର ବୋଲି କୁହାଯାଏ  । ଗାଈ କ୍ଷୀର ପ୍ରଥମେ ବାଛୁରୀ ପିଇଥାଏ । ଏହାପରେ ଗାଈ କ୍ଷୀର ମଣିଷ ପିଇଥାଏ କିମ୍ବା ଯେକୌଣସି କାମରେ ଲାଗିଥାଏ । ଗାଈ କ୍ଷୀର ଅଇଁଠା ହେଲେ ମଧ୍ୟ ପବିତ୍ର ।

{"id":119452}

ରେଶମ କପଡା - ରେଶମ କପଡାକୁ ମଧ୍ୟ ଅପବିତ୍ର କୁହାଯାଏ । କିନ୍ତୁ ସମସ୍ତ ପୁଜାପାଠରେ ରେଶମ କପଡା ବ୍ୟବହୃତ ହୋଇଥାଏ । ରେଶମ ତିଆରି କରିବା ପାଇଁ ତାକୁ ପ୍ରଥମେ ଗରମ ପାଣିରେ ଫୁଟା ଯାଇଥାଏ । ଫଳରେ ଏଥିରେ ରହୁଥିବା ରେଶମ ପୋକ ମରିଯାଇଥାଏ । ଯେଉଁ ରେଶମ ମିଳେ ସେଥିରେ ମଲା ପୋକ ଥାଏ । ତଥାପି ଏହାକୁ ପବିତ୍ର ବୋଲି କୁହାଯାଏ ।

{"id":119457}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.