Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଲ୍ୟାଣ୍ଡ୍‌ ଲାଇନ୍ ତାର କାଟିଥିବା ହାତରେ ପଡିଲା ହାତକଡ଼ି: ୩ ଜଣଙ୍କୁ କୋର୍ଟ ଚାଲାଣ

22/10/2020 at 3:11 PM

ଭଦ୍ରକ୨୨/୧୦: ଲ୍ୟାଣ୍ଡ ଲାଇନ୍ ତାର କାଟିବା ବେଳେ ଧରା ପଡିଲେ ୩ ଚୋର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ତିନି ଜଣ ଚୋରଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ମୁତାବକ, ୧୬ ନମ୍ବର  ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ହନୁମାନ ବାଟିକା ନିକଟରେ ୩ ଜଣ ଚୋର ଲ୍ୟାଣ୍ଡଲାଇନ ତାର କାଟୁଥିଲେ ।

 ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ବିଏସଏନଏଲ୍ ବିଭାଗ ପକ୍ଷରୁ ନୂଆ କେବୁଲ ଲ୍ୟାଣ୍ଡଲାଇନ ବିଛା ଯାଉଛି । ତାର ବିଛା ସରିବା ପରେ ସେଥିରେ ସମ୍ପୂର୍ଣ୍ଣ ମାଟି ଢଙ୍କା ଯାଇନଥିବାବେଳେ ଚୋରମାନେ ଏହାର ସୁଯୋଗ ନେଇ ତାରକୁ କାଟୁଥିଲେ । ଶାବଳ ଓ କୋଦାଳ ଦ୍ବାରା କହରାପୋଖରୀ ଅଞ୍ଚଳର ତିନି ଚୋର ତାରକୁ କାଟୁଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ । ଏହାପରେ ଥାନାକୁ ଖବର ଦିଆଯାଇଥିବା ବେଳେ ପୁଲିସି ତିନି ଚୋରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି ।

   Related Posts