ଚୋରୀ କରି ଫେରାର୍ ହେଉଥିଲେ : ୩ ଚୋରଙ୍କୁ ଧରି ନିର୍ଦ୍ଧୁମ ଛେଚିଲେ, ପୋଲିସ ଜିମା ଦେଲେ ଗାଁ ଲୋକେ

Published By : Prameya-News7 Bureau | June 04, 2021 IST

ଆଠଗଡ଼ ୦୪/୬ : ଆଠଗଡ ଥାନା ବଡଭୂଇଁ ଗ୍ରାମର ଏକ ତେଜରାତି ଦୋକାନରୁ ଚୋରି କରି ଫେରାର ହେବାକୁ ବସିଥିବା ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକେ । ବଡଭୂଇଁ ଇଟା ଫ୍ୟାକ୍ଟ୍ରି ପାଖରେ ଥିବା ପ୍ରସନ୍ନ ପଣ୍ଡାଙ୍କ ଏକ ତେଜରାତି ଦୋକାନ ରୁ ବିଳମ୍ବିତ ରାତିରେ ତିନି ଜଣ ଦୁବୃର୍ତ୍ତ ଦୋକାନ ଭାଙ୍ଗି ପାଞ୍ଚ ହଜାର ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇ ଯାଉଥିଲେ । ଏହି ସମୟରେ ସେହି ଗ୍ରାମର ଜଣେ ବ୍ୟକ୍ତି ଦେଖିପାରି ପାଟି କରିବାରୁ ଲୋକମାନେ ସେମାନଙ୍କୁ କାବୁ କରି ନେଇଥିଲେ ।

ସେମାନେ ହେଲେ ବାଙ୍କି ଥାନା ଦୁର୍ଗାପୁର ଗ୍ରାମର ଅର୍ଜୁନ ନାଏକଙ୍କ ୧୯ ବର୍ଷର ପୁଅ ଚନ୍ଦନ ନାଏକ, ନୂଆ ଓସ୍ତିଆ ଗ୍ରାମର ଭରତ ନାଏକଙ୍କ ପୁଅ ୧୮ ବର୍ଷର ପୁଅ ଵିନୋଦ ନାଏକ ଏବଂ ନୂଆ ଓସ୍ତିଆ ଗ୍ରାମ ର ଗୋଲଖ ନାଏକଙ୍କ ୨୫ ବର୍ଷର ପୁଅ ଗୋବିନ୍ଦ ନାଏକ । ଏମାନଙ୍କୁ ଗ୍ରାମବାସୀ ମାନେ ପୋଲିସ ଜିମା ଦେଵା ପରେ ଆଠଗଡ଼ ପୋଲିସ ପକ୍ଷରୁ କେସ ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଛି । ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ସହିତ ୨୮, ୬୦୦ ଟଙ୍କା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.