ଜମ୍ମୁକାଶ୍ମୀର ସୋପିଆଁରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

Published By : Prameya-News7 Bureau | March 28, 2019 IST

ଶ୍ରୀନଗର ୨୮|୩ : ଜମ୍ମୁ କାଶ୍ମୀର ସୋପିଆଁରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଜି ସକାଳେ ୩ ଆତଙ୍କବାଦୀଙ୍କ ମୃତଦେହ ମିଳିଛି । ସୋପିଆଁ କେଲର ଇଲାକାରେ ଆଉ କିଛି ଆତଙ୍କୀ ଲୁଚିଥିବା ଆଶଙ୍କା କରାଯାଉଛି । ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନ ଏବେବି ଚାଲିଛି । ସିଆରପିଏଫ୍, ଜମ୍ମୁକାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.