Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବଡ ଧରଣର ଆକ୍ରମଣ ପାଇଁ ଚାଲିଥିଲା ଷଡଯନ୍ତ୍ର : ୩ ଜଣ ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ

23/09/2021 at 3:17 PM

ଚଣ୍ଡିଗଡ ୨୩/୦୯ : ଭାରତରେ ବଢିବାରେ ଲାଗିଛି ଆତଙ୍କବାଦୀ କାର୍ଯ୍ୟକଳାପ । ବିଭିନ୍ନ ସ୍ଥାନରୁ ଗୁଇନ୍ଦା ରିପୋର୍ଟ ଆଧାରରେ ଆତଙ୍କବାଦୀମାନେ ଧରାପଡୁଛନ୍ତି । କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରୁ ୫ ଜଣ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଥିଲା ପୋଲିସ । ଏହି କ୍ରମରେ ପଞ୍ଜାବର ତରନ୍‌ତାରନ୍‌ ଜିଲ୍ଲାରୁ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଛି ପୋଲିସ । ଗିରଫ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା କାବୁ କରିଛି ପୋଲିସ । ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।

ଗିରଫ ଆତଙ୍କବାଦୀମାନେ ପଞ୍ଜାବର ବୋଲି ସୂଚନା ମିଳିଛି । ସେମାନଙ୍କ ନାଁ ରୋଲୀ ଗାଁର କୁଲବିନ୍ଦର ସିଂହ, ମୋଗା ଅଞ୍ଚଳର କମଳପ୍ରୀତ ସିଂହ ଏବଂ ଗୋବିନ୍ଧ ବସ୍ତୀର କଓ୍ବଁର ପାଲ ସିଂହ । ଏମାନେ ସମସ୍ତେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ ଏବଂ ପଞ୍ଜାବ ସମେତ ଦେଶର ଅନ୍ୟ ସ୍ଥାନରେ ଆକ୍ରମଣ ପାଇଁ ଯୋଜାନ କରୁଥିଲେ ।

ତରନତାରନ୍‌ ଏସ୍ଏସ୍‌ପି ଉପିନ୍ଦରଜିତ୍‌ ସିଂହ କହିଛନ୍ତି, ଭିଖିଓ୍ବିଣ୍ଡ ଥାନା ପ୍ରଭାରୀ ନବଦୀପ ସିଂହ ଭଟ୍ଟୀ ତାଙ୍କ ଟିମ ସହିତ ଡ୍ୟୁଟି କରୁଥିଲେ । ଭଗବାନପୁର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଏକ କାରକୁ ଅଟକାଇଥିଲେ । ଉକ୍ତ କାରରେ ୩ ଜଣ ବ୍ୟକ୍ତି ଥିଲେ । ତେବେ ସେମାନଙ୍କ ପଚରାଉଚରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ କାର ଯାଞ୍ଚ କରିଥିଲା ପୋଲିସ ।

ତେବେ ଯାଞ୍ଚ ବେଳେ କାର ମଧ୍ୟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ସହିତ ବିସ୍ଫୋଟକ ସାମଗ୍ରୀ ଜବତ କରିଥିଲା ପୋଲିସ । ଅଭିଯୁକ୍ତ ୩ ଜଣଙ୍କୁ ତଲାସୀ ବେଳେ ସେମାନଙ୍କ ଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୧୧ କାରତୁସ୍‌, ଗୋଟିଏ ବନ୍ଧୁକ ଜବତ କରାଯାଇଥିଲା । ଗିରଫ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କୁ କୋର୍ଟରେ ହାଜର କରାଯିବା ପରେ ଅଧିକ ତଥ୍ୟ ଆଦାୟ କରିବା ପାଇଁ ରିମାଣ୍ଡ ଆବେଦନ କରିବ ପୋଲିସ । ପଚରାଉଚରା ବେଳେ ଜଣାପଡିବ ଯେ ସେମାନେ ପ୍ରକୃତରେ କେଉଁ ଅଞ୍ଚଳକୁ ଟାର୍ଗେଟ୍‌ କରୁଥିଲେ । ବର୍ତ୍ତମାନ ସୁଦ୍ଧା ସେମାନେ କେଉଁ ସଂଗଠନ ପାଇଁ କାମ କରୁଥିଲେ ତାହା ଜଣାପଡିନଥିବା ବେଳେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣିଲେ ତାହା ମଧ୍ୟ ଜଣାପଡିନାହିଁ ।

   Related Posts