ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

Published By : Prameya-News7 Bureau | June 16, 2020 IST

ଶ୍ରୀନଗର ୧୬।୬: ଜାମ୍ମୁ କାଶ୍ମୀରର ଶୋପିଆନ୍‌ ଜିଲ୍ଲାର ତୁରକାଭାନଗାମ୍ ଅଞ୍ଚଳରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ପ୍ରଥମେ ଆତଙ୍କବାଦୀଙ୍କୁ ନିଜ ଜାଲରେ ଫଶାଇ ଦେବା ପରେ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଲୁଚି ରହିଛନ୍ତି ବୋଲି ସୁରକ୍ଷାକର୍ମୀ ସୂଚନା ପାଇଥିଲେ ।

ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ବାରମ୍ବାର ସର୍ଚ୍ଚ ଅପରେସନ ଜାରି ରହିଛି । ଘାଟିରେ ଆତଙ୍କବାଦୀମାନଙ୍କର ଆଉ ନିସ୍ତାର ନାହିଁ । ଏହାପୂର୍ବରୁ ଶନିବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମା ଏବଂ କୁଲଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

କୁଲଗାମ୍ ଜିଲ୍ଲାର ନିପୋରାଠାରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ହଠାତ୍ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିବିନିମୟ ପରେ ଜବାବ ଦେଇ ସୁରକ୍ଷାକର୍ମୀମାନେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.