Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସେନା ଗୁଳିରେ ୩ ଆତଙ୍କୀ ନିହତ, ୪ ଯବାନ ସହିଦ, ଅନୁପ୍ରବେଶ ଉଦ୍ୟମ ପଣ୍ଡ

8/11/2020 at 4:55 PM

ଶ୍ରୀନଗର, ୧୧|୦୮:  ଜମ୍ମୁ-କାଶ୍ମୀର କୁପଓ୍ୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ କ୍ୟାପ୍ଚେନଙ୍କ ସହ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏହି ଗୁଳି ବିନିମୟ ହୋଇଥିଲା ।

ବିଏସଏଫ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଶନିବାର ବିଳମ୍ବିତ ରାତ୍ରରେ ୧୬୯ ବାଟାଲିୟନର ଯବାନମାନେ ମାଛିଲ ସେକ୍ଟରରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସୂଚନା ମିଳିଥିଲା । ଯବାନମାନେ ତୁରନ୍ତ ପୋଜିସନ ନେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଗୁଳି ବିନମୟ ବେଳେ ପାକିସ୍ତାନର ସୈନ୍ୟ ପୋଷ୍ଟରୁ ଭାରତୀୟ ସୀମାରେ ଗୁଳି ମାଡ କରାଯାଇଥିଲା । ଫଳରେ ବିଏସଏଫର ଜଣେ ଯବାନ ସୁଦୀପ କୁମାର ସହିଦ ହୋଇଛନ୍ତି । ଶରୀରରେ ଗୁଳି ଲାଗିବା ସତ୍ତ୍ୱେ ସୁଦୀପ ବୀରତ୍ୱର ସହ ଲଢିଥିଲେ । ତେବେ ଘଟଣାସ୍ଥଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍ ଓ ଦୁଇଟି ବ୍ୟାଗ୍ ଜବତ ହୋଇଛି ।

   Related Posts