ଜାମ୍ମୁ କୁଲଗାମରେ ୩ ଆତଙ୍କବାଦୀଙ୍କୁ ମାରିଲେ ସୁରକ୍ଷାକର୍ମୀ ; ଏସଓଜି ଡ଼ିଏସପି ଶହୀଦ

Published By : Prameya-News7 Bureau | February 24, 2019 IST

କାଶ୍ମୀର ୨୪/୨ : ଜାମ୍ମୁ କାଶ୍ମୀର କୁଲଗ୍ରାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି | ସୁରକ୍ଷାକର୍ମୀ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି | ୩ ଜଣଙ୍କ ମଧ୍ୟରୁ ଜଣକର ଶବ ଜବତ ହୋଇଛି | ଆତଙ୍କବାଦୀଙ୍କ ଗୁଳିରେ ଏସଓଜି ଡିଏସ୍ପି ଅମନ କୁମାର ସହିଦ ହୋଇଛନ୍ତି | ଅମନ କୁମାରଙ୍କ ସହ ତାଙ୍କ ଅଙ୍ଗରକ୍ଷୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି | ଆତଙ୍କବାଦୀଙ୍କ ଗୁଳିରେ ଜଣେ ମେଜର ଏବଂ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି | ଅପରେସନ ଏବେ ମଧ୍ୟ ଜାରି ରହିଛି |


ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଦୃଢ କରାଯାଇଛି | କିଛି ଦିନ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର କମାଣ୍ଡର ଗାଜି ରସିଦ ନିହତ ହୋଇଥିଲା | ଏହା ସହ ଆଉ ୨ ଆତଙ୍କବାଦୀ ମଧ୍ୟ ସେନା ଗୁଳିରେ ନିହତ ହୋଇଥିଲେ |


ସୂଚନାଯୋଗ୍ୟ ଯେ, କାଶ୍ମୀର ଘାଟିରେ ପାଖାପାଖି ୬୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି | ଏମାନଙ୍କ ମଧ୍ୟରୁ ୩୫ ଜଣ ପାକିସ୍ତାନୀ ଆତଙ୍କବାଦୀ | ଏହି ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ଅଭିଯାନ ଆରମ୍ଭ କରିଛନ୍ତି | ଏହି ଅଭିଯାନର ନାଁ ଅପରେସନ-୬୦ ରଖ ଯାଇଛି | ଏହା ପୂର୍ବରୁ ଅପରେସନ-୨୫ରେ ସେନା ଆତଙ୍କବାଦୀ ଗାଜି ରସିଦକୁ ଏନକାଉଣ୍ଟର କରିଥିଲେ |


ଗତ ୧୪ ତାରିଖରେ ପୁଲୱାମାରେ ଆତଙ୍କୀ ହମଲାରେ ଦେଶର ୪୨ ଯବାନ ସହିଦ ହୋଇଥିଲେ | ହମଲାର ଠିକ ଦୁଇ ଦିନ ପରେ ଅର୍ଥାତ ୧୬ ତାରିଖରେ ଜାମ୍ମୁର ରଜୋରି ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ | ଏହି ବିସ୍ଫୋରଣରେ ମେଜର ଚିତ୍ରେଶ ସିଂ ସହିଦ ହୋଇଥିଲେ | ଏହାର ୨ ଦିନ ପରେ ୧୮ ତାରିଖରେ ପିଙ୍ଗଲିନାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେନାର ମେଜର ବିଭୁତି ଶଙ୍କରଙ୍କ ସମେତ ଜଣେ ଯବାନ ସହିଦ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.