ଅପରେସନ୍ ଅଲଆଉଟ୍ : ଶ୍ରୀନଗରରେ ଟଳିଲେ ୩ ଆତଙ୍କବାଦୀ, ଜଣେ ଯବାନ ସହିଦ

Published By : Prameya-News7 Bureau | August 30, 2020 IST

ଶ୍ରୀନଗର, ୩୦|୦୮:  ଜମ୍ମୁ-କାଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଜାରି ରହିଛି । ଶନିବାର ବିଳମ୍ବିତ ରାତ୍ରରେ ଶ୍ରୀନଗରର ପାଣ୍ଠାରେ ଆତଙ୍କବାଦୀମାନେ ସିଆରପିଏଫ ଓ ପୋଲିସ ବାହିନୀ ମଧ୍ୟରେ ଗୁଳିବିନିମୟ ଘଟି ୩ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି ।

wp:html /wp:html

ଶନିବାର ରାତ୍ରରେ ଶ୍ରୀନଗରର ପାଣ୍ଠାରେ ଆତଙ୍କବାଦୀମାନେ ସିଆରପିଏଫ ଓ ପୋଲିସ ବାହିନୀ ଉପରେ  ଗୁଳିମାଡ କରିଥିଲେ । ଏହାପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।ଏହି ସମୟରେ ଆତଙ୍କବାଦୀମାନେ ପୁଣି ଗୁଳିମାଡ କରିଥିଲେ । ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ । ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ତେବେ ଏହି ଗୁଳି ବିନିମୟରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଏଏସଆଇ ବାବୁ ରାମ ମଧ୍ୟ ସହିଦ ହୋଇଛନ୍ତି ।ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।  ଏହାପୂର୍ବରୁ ଶୁକ୍ରବାର ସୋପିଆନରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଆତ୍ମସମର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.