କାଶ୍ମୀରରେ ୩ ଆତଙ୍କବାଦୀ ନିହତ- ପୁଲିସ ଡିଏସ୍ପିଙ୍କ ସହ ୨ ଆତଙ୍କବାଦୀ ଗିରଫ
12/01/2020 at 5:51 PM

ଶ୍ରୀନଗର ୧୨।୦୧ – ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ପୁଲୱାମା ଜିଲ୍ଲାର ତ୍ରାଲ୍ ଅଞ୍ଚଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଏହି ଗୁଳି ବିନିମୟ ହୋଇଥିଲା । ସେପଟେ କୁଲଗାମ ଜିଲ୍ଲାରେ ଗୋଟିଏ ଗାଡ଼ିରେ ଯାଉଥିବା ଜଣେ ପୋଲିସ ଡିଏସ୍ପିଙ୍କ ଏବଂ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି ।…

ତ୍ରାଲରେ ଏନକାଉଣ୍ଟର । ମୁାହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ଆତଙ୍କବାଦୀ । ସୁରକ୍ଷା ବାହିନୀ ସହିତ ସଂଘର୍ଷରେ ୩ ଆତଙ୍କୀ ନିହତ । ପୁଲୱାମା ଜିଲ୍ଲାର ତ୍ରାଲ୍ ଅଞ୍ଚଳରେ ହୋଇଛି ଏହି ଏନ୍କାଉଣ୍ଟର ।

ଆଜି ଭୋରରୁ କିଛି ଆତଙ୍କବାଦୀ ଲୁଚି ଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ହଠାତ୍ ଆଖିବୁଜା ଗୁଳି ଚାଳାଇଥିଲେ ଆତଙ୍କବାଦୀ । ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ପ୍ରାଣ ହରାଇଥିଲେ ।ଏହି ତିନିଜଣଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।…

ସେପଟେ ଜାମ୍ମୁ କାଶ୍ମୀର ପୋଲିସ ସହିତ ଆତଙ୍କବାଦୀଙ୍କ ସଂପର୍କର ପର୍ଦ୍ଦାଫାସ୍ ହୋଇଛି ।ଜାମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସ୍ପି ଦୁଇ ଜଣ ଆତଙ୍କବାଦୀଙ୍କ ସହିତ ଗୋଟିଏ କାରରେ ବୁଲୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।ଗିରଫ ଡିଏସ୍ପି ହେଉଛନ୍ତି ଦବିନ୍ଦର ସିଂହ ।ସେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ସ୍କ୍ବାର୍ଡରେ ନିୟୋଜିତ ଥିଲେ । ଗତବର୍ଷ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପଦକ ବି ମିଳିଥିଲା।

ଡିଏସ୍ପି ଦବିନ୍ଦର ସିଂହ ପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ର ସଦସ୍ୟ ଥିଲେ । ଆତଙ୍କବାଦ ବିରୋଧୀ ଅପରେସନ୍ରେ ସଫଳତା ପାଇଁ ତାଙ୍କୁ ଆଗୁଆ ପ୍ରମୋସନ୍ ବି ମିଳିଥିଲା ।ହେଲେ ଏବେ ତାଙ୍କର ଆତଙ୍କବାଦୀଙ୍କ ସହ ସଂପର୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗିରଫ ୨ ଆତଙ୍କବାଦୀ ସୋପିଆନ୍ ଅଞ୍ଚଳର । ସେମାନେ ଯାଉଥିବା କାର୍ରୁ ଏକେ-47 ରାଇଫଲ୍ ଓ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରାଯାଇଛି ।…

ପିଓକେରେଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଧମକ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି ।ହେଲେ ଶୀତ ଋତୁରେ ଆତଙ୍କବାଦୀ ମାନେ ପାକିସ୍ତାନ ପଟୁ ଘାଟୀରେ ପ୍ରବେଶ କରିବାର ଅଧିକ ଆଶଙ୍କା ଥାଏ । ଏଣୁ ଏହି ସମୟରେ ସୀମାରେ ବି ଗୁଳିବିନିମୟ ବଢ଼ିଛି।