Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜାମ୍ମୁ କାଶ୍ମୀରରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ: ଟଳିଲେ ୩ ଆତଙ୍କୀ

11/04/2021 at 8:20 AM

ଜାମ୍ମୁ ୧୧/୪: ଜମ୍ମୁ କଶ୍ମୀରର ସୋପିୟାନ ହାଦିପୋରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା ବାହିନୀରର ଏନକାଉଣ୍ଟରରେ ଟଳିଛନ୍ତି ୩ କୁଖ୍ୟାତ ଆତଙ୍କବାଦୀ । ତେବେ ଆଶ୍ଚର୍ଯ୍ୟର କଥା ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା ।

ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଘଟଣା ପରେ ଅନନ୍ତନାଗରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ରହିଛି । ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ କରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏମାନେ କେଉଁ ସଂଗଠନର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।

   Related Posts