Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ, ଡ୍ରୋନ୍‌ରୁ ଫିଙ୍ଗାଯାଇଥିବା ଅସ୍ତ୍ରଶସ୍ତ୍ର ଆଣିବା ବେଳେ ଧରିଲା ପୋଲିସ

19/09/2020 at 4:35 PM

ଶ୍ରୀନଗର, ୧୯|୦୮ :   ଜମ୍ମୁ-କାଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେନା ପକ୍ଷରୁ କମ୍ବିଂ ଅପରେସନ କରାଯିବା ସହ ବ୍ୟାପକ ଗୁଳିଗୋଳା ମଧ୍ୟ ଜବତ କରାଯାଉଛି । ଏପରିକି ସ୍ଥିତି ଏମିତି ହୋଇଛି ଯେ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି । ଏଥିପାଇଁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପାକିସ୍ତାନ ଅନେଇ ବସିଛି । ଘାଟିରେ ଥିବା ଆତଙ୍କବାଦୀଙ୍କ ଗୁଳିଗୋଳା ପଠାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ମଧ୍ୟ କରୁଛି । ଏପରି ଏକ ଉପାୟକୁ ଭଣ୍ଡୁର କରିଛନ୍ତି ଭାରତୀୟ ଯବାନ ।

ଏପରି ଏକ ମାମଲାରେ ପୋଲିସ କାଶ୍ମୀରରେ ୩ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀମାନେ ଡ୍ରୋନ ସାହାଯ୍ୟରେ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଉଠାଇବା ପାଇଁ ଆସିଥିଲେ । ଏହି ସମସ୍ତ ଆତଙ୍କବାଦୀ ଲଶ୍କର-ଏ-ତୋଏବା ସହ ଜଡିତ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇ ପଡିଛି । ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଲଗାତାର ଭାବେ ଅପପ୍ରୟାସ କରୁଛି । ଏପରିକି ଆତଙ୍କବାଦୀଙ୍କୁ ମଧ୍ୟ ତାଲିମ ଦେବା ସହ ଅସ୍ତ୍ରବିରତିର ଖୁଲମଖୁଲା ଉଲଙ୍ଘନ କରୁଛି । ତେବେ ସେନାର ଲଗାତାର ଅପରେସନରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଫଳରେ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ମଧ୍ୟ ଦେଖିବାକୁ ମିଳିଛି ।

   Related Posts