Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କାଠମାଣ୍ଡୁ ବେସ୍ କ୍ୟାମ୍ପ ଅଭିମୁଖେ ଗଲେ ୩ ଜଣିଆ ଟିମ୍, ୨୯ ସୁଦ୍ଧା କଳ୍ପନାଙ୍କ ପାର୍ଥୀବ ଶରୀର ନଆସିଲେ ବନ୍ଦ ହୋଇଯିବ ଏଭରେଷ୍ଟକୁ ରାସ୍ତା : ଚିନ୍ତାରେ ପରିବାର ଲୋକ

26/05/2019 at 11:10 AM

ଭୁବନେଶ୍ବର ୨୬/୫: ଏଭରେଷ୍ଟରେ ଟ୍ରାଫିକ ଜାମ। ପର୍ବତାରୋହ ଏବେ ଏକ ଦୁଃସାହସିକ କାର୍ଯ୍ୟ ନୁହେଁ ବରଂ ଏକ ପର୍ଯ୍ୟଟନରେ ପରିଣତ ହୋଇଛି। ଦିନେ ବିଶ୍ବର ସର୍ବୋଚ୍ଚ ଏଭରେଷ୍ଟ ଶୃଙ୍ଗ ଆରୋହଣ ଏକ ବିରଳ ଘଟଣା ହୋଇଥିବା ବେଳେ ଏବେ କିନ୍ତୁ ପ୍ରତିବର୍ଷ ବିଶ୍ବର କୋଣ ଅନୁକୋଣରୁ ହଜାର ହଜାର ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ଚାଲିଆସୁଛନ୍ତି। ଏଥିଯୋଗୁଁ ଏଭରେଷ୍ଟ ଶୃଙ୍ଗ ଚଢ଼ିବା ରାସ୍ତାରେ ଟ୍ରାଫିକ ଜାମ୍ ହୋଇଛି। ଆଉ ଏଥିଯୋଗୁଁ ହିଁ ଅନେକ ସମୟରେ ପର୍ବତାରୋହୀ ମାନେ ପ୍ରାଣ ହରାଉଛନ୍ତି।

ପରିସ୍ଥିତି ଏପରି ହେଉଛି ଯେ ଏଭରେଷ୍ଟ ଶୃଙ୍ଗର ନିକଟତର ହୋଇ ମଧ୍ୟ କେତେକ ପର୍ବତାରୋହୀ ବିଶ୍ବର ଏହି ସର୍ବୋଚ୍ଚ ଶୃଙ୍ଗ ପାର କରିପାରୁନାହାନ୍ତି। ଶହ ଶହ ପର୍ବତାରୋହୀ ଏଭରେଷ୍ଟର ଚଢ଼ିବା ରାସ୍ତାରେ ଅଟକି ରହିଥିବାର ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ମଧ୍ୟ ଏଭରେଷ୍ଟ ଆରୋହଣ ରାସ୍ତାରେ ଏହି ଟ୍ରାଫିକ ଜାମର ଶିକାର ହୋଇଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇଜଣ ପର୍ବତାରୋହୀ ମଧ୍ୟ ପ୍ରାଣ ହରାଇଛନ୍ତି।

ଏବେ କଳ୍ପନାଙ୍କ ମରଶରୀରକୁ ଫେରାଇ ଆଣିବା ପାଇଁ ଓଡ଼ିଶାରୁ ୩ ଜଣିଆ ଟିମ୍ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମୁଖେ ବାହାରିଛନ୍ତି। ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାଙ୍କୁ ଦାୟିତ୍ବ ଦେଇଛନ୍ତି। ଆସନ୍ତା ୨୮ ତାରିଖ ବେଳକୁ ତାଙ୍କ ମରଶରୀର ନେପାଳର କାଠମାଣ୍ଡୁ ଅଣାଯିବ। ସେଠାରେ ପୋଷ୍ଟମର୍ଟମ ପରେ ଓଡ଼ିଶା ଅଣାଯିବ।

   Related Posts