Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶିକ୍ଷୟତ୍ରୀଙ୍କୁ ଦେଖି ସିଟି ମାରିଲା ଛାତ୍ର: ୩ ଅଧ୍ୟାପକ ମିଶି ଶ୍ରେଣୀର ୪୦ ଛାତ୍ରଙ୍କୁ ବାଡ଼ିରେ ପିଟିଲେ, ଥାନାରେ ମାମଲା

8/09/2021 at 4:57 PM

ଫତେହାବାଦ ୦୮/୦୯ : ହରିୟାଣା ଫତେହାବାଦ ଜିଲ୍ଲାରେ ଜଣେ ଛାତ୍ରର ଦୁଷ୍ଟାମୀ ଯୋଗୁଁ ଶ୍ରେଣୀର ସବୁ ଛାତ୍ରଙ୍କୁ ଦଣ୍ଡ ମିଳିଛି। ଶିକ୍ଷକ ଛାତ୍ରଙ୍କୁ ବାଡ଼ିରେ ବଦେଇଛନ୍ତି। ଛାତ୍ରଙ୍କ ପରିବାର ଲୋକେ ଏଥିରେ ରାଗିଯାଇ ପିଲାଙ୍କ ଚିକିତ୍ସା କରିଛନ୍ତି ଓ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରୁଛି।

ଗୁରୁଦିବସର ଦିନେ ପରେ ବରିଷ୍ଠ ରାଜକୀୟ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରର ଦୁଷ୍ଟାମୀ ଯୋଗୁଁ ଶ୍ରେଣୀର ସବୁ ଛାତ୍ରଙ୍କୁ ଦଣ୍ଡ ଭୋଗିବାକୁ ପଡିଛି। ଶିକ୍ଷକ ଶ୍ରେଣୀର ସବୁ ପିଲାଙ୍କୁ ବାଡ଼ିରେ ପିଟିଛନ୍ତି। ଛାତ୍ରର ଅଣ୍ଟା, ହାତ, ପିଠିରେ ମାଡ ଚିହ୍ନ ମଧ୍ୟ ଅଛି। ଫଳରେ ଛାତ୍ରଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ଘଟଣା ପରେ ଛାତ୍ରଙ୍କ ମଧ୍ୟରେ ସ୍କୁଲ ଯିବାକୁ ନେଇ ଭୟ ରହିଛି।

ଛାତ୍ରମାନେ କହିଛନ୍ତି ସକାଳେ କ୍ଲାସ ସମୟରେ ମହିଳା ଅଧ୍ୟାପକ ପଢ଼ିବାକୁ ଯେମିତି ଶ୍ରେଣୀଗୃହରେ ପ୍ରବେଶ କଲେ ପଛରେ ବସିଥିବା ଜଣେ ଛାତ୍ର ସିଟି ମାରିଦେଇଥିଲା। ଫଳରେ ଅଧ୍ୟାପିକା ପିଟିଆଇ ରଜନୀ, କମ୍ୟୁଟେର ଆଟେଣ୍ଡାଣ୍ଟ ମାଙ୍ଗେରାମ ଓ ଶିକ୍ଷକ ଚରଣଜିତ ସିଂହ ବାଡ଼ିରେ ସବୁ ପିଲାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ଆରମ୍ଭ କରିଦେଲେ। ଅନେକ ଛାତ୍ର ଆହତ ହୋଇଥିଲେ। କିଛି ଛାତ୍ରଙ୍କ ମୁଣ୍ଡ ମଧ୍ୟ ବୁଲାଇଥିଲା। ଛାତ୍ରମାନେ କହିଛନ୍ତି ଯେ ଅଧ୍ୟାପକଙ୍କ ମଧ୍ୟରେ କେହି ମଧ୍ୟ ସେମାନଙ୍କ କଥା ଶୁଣିନଥିଲେ ଓ ସେମାନଙ୍କୁ ନିରଧୁମ ପିଟିଲେ।

ଖଣ୍ଡ ଶିକ୍ଷା ଅଧିକାରୀ ମୁକେଶ ଶର୍ମାଙ୍କୁ ଫୋନ କରି ପଚରାଯିବା ସେ କହିଛନ୍ତି ଯେ ମାମଲା ତାଙ୍କ ନଜରକୁ ଆସିଛି। କେହି ଜଣେ ଛାତ୍ର ମହିଳା ଅଧ୍ୟାପକ ଆସିବା ପରେ ସିଟି ମାରିଥିଲେ। କିଏ ସିଟି ମାରିଥିଲା ବୋଲି ଶିକ୍ଷକ ଛାତ୍ରଙ୍କୁ ପଚାରିବା ସହ ସେମାନନ୍କୁ ମାଡ ମଧ୍ୟ ମାରିଛନ୍ତି। ମାମଲାରେ ସମସ୍ତ ସୂଚନା ସଂଗ୍ରହ କରିବାକୁ ପ୍ରୟାସ କରାଯାଉଛି ଏବଂ ଶୀଘ୍ର ମାମଲାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

   Related Posts