ଏହି ୩ଟି ମଞ୍ଜି ବଢାଇଥାଏ ତ୍ବଚାର ଚମକ, ଖାଦ୍ୟରେ ନିଶ୍ଚୟ କରନ୍ତୁ ସାମିଲ

Published By : Prameya-News7 Bureau | December 28, 2020 IST

ତ୍ବଚାରୁ ସୁନ୍ଦରତା ବଢାଇବା ପାଇଁ ଲୋକମାନେ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟସର ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କ ଶରୀର ଭିତରୁ ସ୍ବଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ବଚାରେ ଚମକ ଆଣିପାରିବନାହିଁ । ସୁନ୍ଦର କେଶ ଏବଂ ସୁନ୍ଦର ତ୍ବଚା ପାଇଁ ସୁସ୍ଥ ଖାଦ୍ୟପେୟ ଜରୁରୀ ଅଟେ । କେତେକ ପ୍ରକାରର ମଞ୍ଜି ଶରୀରକୁ ସୁସ୍ଥ କରି ତ୍ବଚାକୁ ଉଜ୍ଜ୍ବଳ ଏବଂ ସୁନ୍ଦର କରିବା ପାଇଁ ମଧ୍ୟ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ମଞ୍ଜି ବିଷୟରେ…

ଚିଆ ମଞ୍ଜି-

{"id":383788,"sizeSlug":"large","linkDestination":"none"}

ଚିଆ ମଞ୍ଜିରେ ପ୍ରଚୁର ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ମିଳିଥାଏ । ପ୍ରତିଦିନ ଚିଆ ମଞ୍ଜି ଖାଇବା ଦ୍ବାରା ହାଇଡ୍ରେସନ୍ ବଢିଥାଏ ଯାହା ତ୍ବଚାକୁ ସଫା, ନରମ ଏବଂ ଉଜ୍ଜ୍ବଳ କରିଥାଏ । ଚିଆ ମଞ୍ଜି ମୁହଁରେ କୁଞ୍ଚନ ପଡିବାକୁ ରୋକିଥାଏ ଏବଂ ଆଣ୍ଟି ଏଜିଂର କାମ ମଧ୍ୟ କରିଥାଏ ।

ଫ୍ଲାକ୍ସ ମଞ୍ଜି-

{"id":383791,"width":578,"height":491.12625250501003,"sizeSlug":"large","linkDestination":"none"}

ଫ୍ଲାକ୍ସ ମଞ୍ଜି ହରମୋନ୍ କୁ ସନ୍ତୁଳିତ କରିବାରେ ଉପଯୋଗୀ ହୋଇଥାଏ । ଫ୍ଲାକ୍ସ ମଞ୍ଜି ମୁହଁରୁ ବ୍ରଣକୁ ଦୂର କରିଥାଏ । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ତ୍ବଚାର ସୃଜନକୁ କମାଇଥାଏ । ଏହା ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଭିତରୁ ସଫା କରିଥାଏ ଏବଂ ତ୍ବଚାକୁ ସୁସ୍ଥ କରିଥାଏ ।

ସୂର୍ଯ୍ୟମୁଖୀ ମଞ୍ଜି-

{"id":383793,"sizeSlug":"large","linkDestination":"none"}

ସୂର୍ଯ୍ୟମୁଖୀ ମଞ୍ଜିରେ ଜିଙ୍କ୍, ଭିଟାମିନ୍-ଏ, ବି-୧ ଏବଂ ଇ ରହିଥାଏ । ଏହା ବ୍ୟତୀତ ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫ୍ରି ରେଡିକଲ୍‌ସ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ । ଏହା ତ୍ବଚାକୁ ଉଜ୍ଜ୍ବଳ କରିଥାଏ । ତ୍ବଚାରେ କଳା ଦାଗ ହଟାଇବାରେ ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ବହୁତ ଲାଭଦାୟକ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.