ବୁର୍ଲା ଭିସୁଟ୍ରେ ପଶିଲା କରୋନା : ୩ ଛାତ୍ର ଆକ୍ରାନ୍ତ, ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନ୍ ନିର୍ଦେଶ
26/02/2021 at 2:36 PM

ସମ୍ବଲପୁର ୨୬/୦୨ : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଭିସୁଟ୍ର ପୁଲହ ଓ ପୁଲସ୍ଥ୍ୟ ହଷ୍ଟେଲରେ ୩ ଜଣ ଛାତ୍ର କୋଭିଡ୍-୧୯ ସଂକ୍ରମିତ ଜଣାପଡିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି । ଉଭୟ ହଷ୍ଟେଲର ରୁମ୍ ନଂ- ୨୧୪,୨୧୭ ଓ ୨୧୮କୁ ସିଲ୍ କରିଦିଆଯାଇଛି । ତେବେ ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ୭୨ ଘଣ୍ଟା ପାଇଁ ଆଇସୋଲେସନ୍ରେ ରହିବାକୁ ନୋଟିସ ଜାରି କରିଛନ୍ତି ହଷ୍ଟେଲ ଓ୍ବାଡେନ୍ ।
ସମ୍ବେଦନଶୀଳ ଘଟଣା ହେଉଛି ବର୍ତ୍ତମାନ ଭିସୁଟ୍ରେ ଅଫ୍ଲାଇନ୍ ପରୀକ୍ଷା ଜାରି ରହିଛି । ଏହାରି ମଧ୍ୟରେ ୩ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପରିସରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି । ଛାତ୍ରଛାତ୍ରୀଙ୍କ ମନରେ ଭୟ ସଞ୍ଚାରହେବା ମଧ୍ୟ ସ୍ବାଭାବିକ । ତେଣୁ କଲେଜ୍ କର୍ତ୍ତୃପକ୍ଷ ଆଗକୁ କଣ ପଦକ୍ଷେପ ନେବେ ସେନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।