Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

‘କାମ ଶିଖିବୁ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡ଼ା ହେବୁ’ – ଉଦାହରଣ ସୃଷ୍ଟି କଲେ ୩ ଛାତ୍ରୀ

10/08/2020 at 7:08 PM

ଭୁବନେଶ୍ବର୧୦/୮: ବୌଦ୍ଧର ରିନା ଓ ଝରଣା ଏବଂ କେନ୍ଦ୍ରାପଡାର ସୁମିତ୍ରା ଏହି ୩ ଜଣ ଝିଅ ସମାଜ ପାଇଁ  ପାଲଟିଛନ୍ତି ଉଦାହରଣ। ଲକଡାଉନ୍‌ ଏମାନଙ୍କୁ ଦେଇଛି ନୂଆ ପରିଚୟ ଏବଂ ବଦଳାଇ ଦେଇଛି ଏମାନଙ୍କ ଜୀବନ ଶୈଳୀ। ସେମାନେ ବର୍ତ୍ତମାନ ଆତ୍ମ ନିର୍ଭରଶୀଳ।  ଝିଅମାନେ ବି ପୁଅମାନଙ୍କ ଭଳି ସବୁ କାମ କରିବେ। ଏହି କଥାକୁ ତିନିଜଣ ଝିଅ ପ୍ରମାଣିତ କରିଛନ୍ତି। କଲମ ଧରିବା ହାତରେ ସେମାନେ ଧରିଛନ୍ତି ଓଲଡିଂ ମେସିନ୍। ଉଣାଅଧିକେ ୩ଜଣ ପୂର୍ବରୁ ଓଲଡିଂ କାମ ଶିଖିଥିଲେ। କରୋନା କଟକଣା ସମୟରେ ତାହା କାମରେ ଆସିଛି। ନାରୀ ସଶକ୍ତିକରଣ ଯେ କେବଳ ଏକ ସ୍ଲୋଗାନ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ଏହି ୩ ଝିଅ।ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ  ଏହାର ପ୍ରକୃତ ଚିତ୍ର ଦେଖିବାକୁ ମିଳିଛି । ତିନିଝିଅଙ୍କ ସଫଳ ପଛରେ ଅଛନ୍ତି ଦୋକାନ ମାଲିକ ହେମନ୍ତ ଭଞ୍ଜ। ୩ ଝିଅ କହିଛନ୍ତି, ଆମେ କାମ ଶିଖିବୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବୁ।

ବୌଦ୍ଧ ଜିଲ୍ଲା ସୁଡୁଡ଼ ପଞ୍ଚାୟତର ଝରଣା ବଗ ଜଣେ ଯୁକ୍ତଦୁଇର ଛାତ୍ରୀ। ପରୀକ୍ଷା ଶେଷ ହେବା ପରେ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳରେ ରହୁଥିବା ପିଉସୀ ଝିଅ ରିନାଙ୍କୁ ଛୁଟି କାଟିବାକୁ ଆସିଥିଲେ। ହେଲେ କରୋନା ସବୁକିଛି  ଏପଟ ସେପଟ କରି ଦେଇଥିଲା। ପାଖରେ ଯାହା ପାଇସା ଥିଲା । ସବୁ ସରିଗଲା ଖାଇବା ଏବଂ ଚଳିବ ତାଙ୍କ ପାଇଁ କଷ୍ଟକର ହୋଇ ପଡିଥିଲେ। ଘର ଭଡ଼ା ଦେବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ଶେଷରେ ଯେକୌଣସି କାମ ଲାଗି ସେ ରାଜି ଥିଲେ। ଏପରି କି ବାସନ ମାଜିବା ପାଇଁ ବି ପ୍ରସ୍ତୁତି ଥିଲେ। କରୋନା ଭୟରେ କେହି ବି  କାମ ଦେଲେ ନାହିଁ। ଅନ୍ୟ ଦୁଇଜଣଙ୍କ ମଧ୍ୟ ସମାନ ସ୍ଥିତି ଥିଲା। ତେଣୁ ବାଧ୍ୟ ହୋଇ କାମକୁ ଛୋଟ ବଡ଼ ନ ଭାବି ସେମାନେ ଶିଖିଥିବା କାମ ଅର୍ଥାତ ଲୁହା ଓଲଡିଂ କାମ କରୁଛନ୍ତି।

   Related Posts