Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଜଗତସିଂହପୁରର ବଜ୍ରପାତ ଯୋଗୁଁ ତିନିଜଣ ଛାତ୍ରଛାତ୍ରୀ ଅସୁସ୍ଥ

11/08/2018 at 10:40 AM

ଜଗତସିଂହପୁର ୧୧|୮-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ରେଢୁଆ କଲେଜରେ ଆଜି ଘଟିଛି ଅଘଟଣ । ବଜ୍ରପାତ ଘଟି ଏହି କଲେଜର ଦୁଇ ଜଣ +2 ଛାତ୍ରୀ ଓ ଜଣେ+3 ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଅପନ୍ନା ସାହୁ, ଚନ୍ଦନା ସାହୁ ଓ ନିହାର ରଞ୍ଜନ ବାରିକ । ଏମାନେ କଲେଜ କମନ ରୁମ୍ବାରଣ୍ଡାରେ ଛିଡା ହୋଇ ଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ଏହାର ପ୍ରଭାବରେ ଏହି ଛାତ୍ର ଛାତ୍ରୀମାନେ ଆହତ ହୋଇ ତଳେ ପଡି ଯାଇଥିଲେ । ବଜ୍ରପାତ ପ୍ରଭାବରେ ଛାତ୍ର ନିହାର ରଞ୍ଜନ ବାରିକଙ୍କ ର ଏକ ମୋବାଇଲ ଫୋନ ଫାଟି ଯାଇ ଥିବାର ଜଣା ଯାଇଛି । ଚିକିତ୍ସା ପରେ ଆହତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡିଛି ।

   Related Posts