ଦେଖୁ ଦେଖୁ ଭୁଶୁଡି ପଡିଲା ୩ ମହଲା କୋଠା : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 13, 2020 IST

କୋଲକାତା ୧୩/୦୬ : ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ | ଏକ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଅଚାନକ ଭୁଶୁଡି ପଡିଥିବା ଭିଡିଓରେ ଦେଖିବାକୁ ମିଳିଛି | କୋଠାଟି ନିକଟସ୍ଥ ଏକ କେନାଲରେ ପଡିଯାଇଥିଲା | ମାମଲା ମେଦିନୀପୁରର ନିଶ୍ଚିନ୍ତପୁର ଗାଁର ବୋଲି ଜଣାପଡିଛି |

୩୦ ସେକେଣ୍ଡର ଏହି ଭିଡିଓ ରାଜ୍ୟର ଛିଞ୍ଚନ କେନାଲ ଓ ନିର୍ମାଣାଧୀନ କୋଠାର ଢାଞ୍ଚା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି | କୋଠା ପଡିଯିବା ପରେ ଧୂଳିର ବାଦଲ ଛାଇ ଯାଇଥିଲା |

କୋଠାର ଭିତ୍ତିପ୍ରସ୍ତର ଦୁର୍ବଳ ଥିବା ଯୋଗୁଁ କୋଠା ଭୁଶୁଡି ପଡିଥିବା କୁହାଯାଉଛି | କୋଠାରେ କିଛି ଦିନ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା | କୋଠା ନିକଟସ୍ଥ କେନାଲ ସଫା କରାଯାଉଛି ଏବଂ ଖୋଳା ଯାଉଛି | ସେଥିପାଇଁ କୋଠାର ଭିତ୍ତିପ୍ରସ୍ତର ଦୁର୍ବଳ ହୋଇଯାଇଥିଲା ସ୍ଥାନୀୟ ଲୋକେ କହିଛନ୍ତି |

wp:html
/wp:html

କୋଠାର ମାଲିକ ନେମାଇ ସାମନ୍ତଙ୍କୁ ଯୋଗାଯୋଗ କରାଯାଇ ପାରିନାହିଁ | ଗ୍ରାଉଣ୍ଡ ଫ୍ଲୋରରେ ତାଙ୍କ ଦିଵାକନ ଥିଲା ଯେଉଁଥିରେ ସେ ଗ୍ରସରି ଜିନିଷ ବିକ୍ରି କରୁଥିଲେ | ତେବେ ଏହି କୋଠା ଅବୈଧ ଭାବେ ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି କାରଣ କୋଠାଟି କେନାଲର ବହୁତ ପାଖରେ ତିଆରି ହୋଇଥିଲା | ତେବେ ଦୁଇ ଦିନ ହେଲା ଘଟ ମାଲିକଙ୍କୁ ସେଠାରେ କେହି ଦେଖି ନାହାନ୍ତି ବୋଲି ସ୍ଥାନୀୟ ଲୋକ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.