Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧ ମଇରୁ ୧୮+ ଟିକାକରଣ ଟାଳିଲେ ମହାରାଷ୍ଟ୍ର ସମେତ ଏହି ୩ ରାଜ୍ୟ, ଜାଣନ୍ତୁ କାହିଁକି ?

28/04/2021 at 6:50 PM

ନୂଆଦିଲ୍ଲୀ ୨୮।୪: ଦେଶରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମଇ ୧ ତାରିଖରୁ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ୩ଟି ରାଜ୍ୟ ଟାଳିଛନ୍ତି। ଭାକ୍ସିନ ଡୋଜ ମିଳିବାରେ ହେଉଥିବା ବିଳମ୍ବ କାରଣରୁ ରାଜ୍ୟମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମରୁ ମିଳୁଥିବା ରିପୋର୍ଟରୁ କୋଭିଡରେ ଗୁରୁତର ପ୍ରଭାବିତ ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ ଏଥିଲାଗି ନୂଆ ତିଥି ଧାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି।  

ଏହି ସବୁ ରାଜ୍ୟମାନଙ୍କ ମଧ୍ୟରୁ କେବଳ ରାଜସ୍ଥାନ ମେ ୧୫ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ କରିବ। ଭାକ୍ସିନର ନୂଆ ଷ୍ଟକ୍‌ ଆସି ନଥିବାରୁ ରାଜ୍ୟମାନେ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ତେବେ ଛତିଶଗଡ ଓ ମହାରାଷ୍ଟ୍ର ଏଥିଲାଗି ନୂଆ ତିଥି ଘୋଷଣା କରି ନାହାନ୍ତି। ଏଥିରେ ରାଜ୍ୟମାନେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ନିଶୁଳ୍କ ଟିକାକରଣ କରିବେ। ଏଥିପାଇଁ ମହାରାଷ୍ଟ୍ର ସରକାର ୬ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି।

ସେପଟେ ଛତିଶଗଡ ସରକାର ଟିକା ପାଇଁ ସିରମ ଇନିଷ୍ଟିଚ୍ୟୁଟ ସହ କଥାବାର୍ତ୍ତା କରିଛନ୍ତି। ତେବେ ଟିକା ଯୋଗାଣ ନେଇ ସିରମ ଏପର୍ଯ୍ୟନ୍ତ ରାଜ୍ୟକୁ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି। ଏଣୁ ରାଜ୍ୟରେ କେବେଠୁ ଟିକାକରଣ ହେବ ସେ ନେଇ ଛତିଶଗଡ ସରକାର ଏପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିପାରୁ ନାହାନ୍ତି।

ତେବେ ୧୮ ପ୍ଲସ୍‌ ଭେକ୍ସିନେସନ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ୧ ମେ ଭେକ୍ସିନେସନ କେତେ ପର୍ଯ୍ୟାୟରେ ହେବ, ଟିକା ଯୋଗାଣ କିପରିହେବ  ଆଦି ନେଇବିସ୍ତୃତ ଚର୍ଚ୍ଚା ହୋଇଥିବା ଜଣାପଡିଛି।

   Related Posts