ପୁଲଓ୍ବାମାରେ ଗୁଳିବିନିମୟ ଜାରି : ଆତଙ୍କୀଙ୍କ ଗୁଳିରେ ୩ ଯବାନ ଆହତ

Published By : Prameya-News7 Bureau | February 18, 2019 IST

ପୁଲଓ୍ବାମା ୧୮|୨:  ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ଗୁଳିରେ ଆଉ ତିନିଜଣ ଯବାନ ଆହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ଗତକାଲି ରାତିରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ଗୁଳିରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ୪ଜଣ ଯବାନ ସହିଦ ହୋଇଥିଲ । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିଲେ । ମେଜର ଜେନେରାଲ ଡି.ଏସ୍. ଡୋଣ୍ଡିୟାଲ, ହେଡ୍ କନଷ୍ଟେବଳ ସେବାରାମ, ଅଜୟ କୁମାର ଓ ହରି ସିଂହ ସହିଦ ହୋଇଥିଲେ ।

ଏନକାଉଣ୍ଟର ବେଳେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ଅବଦୁଲ ରସିଦ ଘାଜିର ମୃତ୍ୟୁ ହୋଇଛି । ଗତ ୧୪ତାରିଖରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ରସିଦ ଘାଜି । ପୁଲଓ୍ବାମା ଫିଙ୍ଗଲାନରେ ଏକ ଘରେ ଘାଜି ସହ ଆଉ ଜଣେ ଆତଙ୍କବାଦୀ ମଧ୍ୟ ଲୁଚି ରହିଥିଲା । ଘାଜି ଲୁଚିଥିବା ଘରକୁ ବିସ୍ଫୋରଣରେ ଉଡାଇଦେଇଥିଲେ ସୁରକ୍ଷାକର୍ମୀ । ତେବେ ଘାଜି ସହ ଆଉ ଜଣେ ଆତଙ୍କବାଦୀର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଜବାନ ସହିଦ ହୋଇଥିଲେ । ୪୦ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.