ଜମ୍ମୁ-କାଶ୍ମୀର: କୁପଓ୍ୱାଡାରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୩ ଯବାନ ସହିଦ

Published By : Prameya-News7 Bureau | November 08, 2020 IST

ଶ୍ରୀନଗର, ୧୧|୦୮: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର କେରନ ସେକ୍ଟର ଏଲଓସି ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ତେବେ ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହାପୂର୍ବରୁ ଯବାନମାନେ ଏଲଓସିରେ ଆତଙ୍କାବାଦୀଙ୍କ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ । ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ସୂଚନାନୁସାରେ, ଶନିବାର ବିଳମ୍ବିତ ରାତ୍ରରେ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଯବାନଙ୍କୁ ଅନୁପ୍ରବେଶ ବାବଦରେ ସୂଚନା ମିଳିବା ପରେ ତୁରନ୍ତ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ୨ଜଣଙ୍କ ମୃତଦେହ ମଧ୍ୟ ଯବାନମାନେ ଉଦ୍ଧାର କରିଥିଲେ । ତେବେ ଏହି ଅପରେସନରେ  ସେନାର ୨ଜଣ ଓ ବିଏସଏଫର ଜଣେ ଯବାନ ସହିଦ ହୋଇଥିଲେ । ଏହାସହ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରୁ ଯବାନମାନେ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥାର ଆଉ ଏକ ରିପୋର୍ଟ ଅନୁସାରେ, କନଷ୍ଟେବଳ ସୁଦୀପ ସରକାର ମାଛିଲ ସେକ୍ଟରରେ ସହିଦ ହୋଇଛନ୍ତି । ଏହାପରେସେନା ଏହି ଅପରେସନ ପାଇଁ ସ୍ୱତନ୍ତ୍ର କମାଣ୍ଡୋକୁ ଡକାଇଛି । ଏବେ ଅନୁପ୍ରବେଶକାରୀଙ୍କ ବିରୋଧରେ ଏକ ବଡ ଅପରେସନ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.