୩ଟି ବୋଦା ବିକି କରିମ ପାଇଲେ ୨୨ ଲକ୍ଷ ଟଙ୍କା, ଜାଣନ୍ତୁ ଛେଳିଙ୍କ ଏହି ପ୍ରଜାତି ସମ୍ପର୍କରେ

Published By : Prameya-News7 Bureau | August 10, 2019 IST

ଲକ୍ଷ୍ନୌ :  ଉତ୍ତରପ୍ରଦେଶ ଲକ୍ଷ୍ନୌର ବ୍ୟବସାୟୀ ଅବଦୁଲ କରିମ ଆଗାମୀ ବକରଇଦ ପାଇଁ ୩ଟି ‘ସୋଜାତ’ ପ୍ରଜାତିର ବୋଦା ବିକି ପାଇଛନ୍ତି ୨୨ ଲକ୍ଷ ଟଙ୍କା।  ଏହି ବୋଦାରୁ ଗୋଟିଏ ହଳ ବିକି ସେ ଗତ ସପ୍ତାହରେ ୧୫ଲକ୍ଷ ଟଙ୍କା ପାଇଥିବା ବେଳେ ଏବେ ବଳକା ଥିବା ଆଉ ଗୋଟିଏ ବୋଦା ବିକି ପାଇଛନ୍ତି ୭ ଲକ୍ଷ ଟଙ୍କା। ଏହି ୩ଟି ବୋଦାଙ୍କୁ ସେ ୧୮ ମାସ ପୂର୍ବେ ୭୦ ହଜାର ଟଙ୍କାରେ କିଣି ତାଙ୍କର କାକେରୀସ୍ଥିତ ଫାର୍ମରେ ରଖି ପ୍ରସ୍ତୁତ କରିଥିଲେ।

{"id":142907,"width":577,"height":577}

ସୋଜାତ ପ୍ରଜାତିର ଏହି ଛେଳି ରାଜସ୍ଥାନ ଶୁଷ୍କ କ୍ଷେତ୍ରରେ ଦେଖାଯାଆନ୍ତି। ଏହି ପ୍ରଜାତିର ଛେଳିଙ୍କଠରୁ ଦୁଗ୍ଧ କମ୍ ମିଳିଥାଏ। ଏଣୁ  ମାଂସ ଉଦ୍ଦେଶ୍ୟରେ ଏମାନଙ୍କର ଲାଳନପାଳନ କରାଯାଇଥାଏ। ଆସନ୍ତା ୧୨ ତାରିଖରେ ବକରଇଦ୍ ପାଳନ ହେବ। ଏଣୁ ଭୋପାଳର ଜନୈକ ବ୍ୟବସାୟୀ ୧୫ଲକ୍ଷ ଟଙ୍କା ଦେଇ ତାଙ୍କଠାରୁ ଗତ ସପ୍ତାହରେ ୧ ହଳ ବୋଦା ନେଇଥିଲେ। ଏହି ଛେଳିଙ୍କୁ କରିମ ବେଶ ଯତ୍ନର ସହ ଲାଳନପାଳନ କରୁଥଲେ ବୋଲି କହିଛନ୍ତି। ଦୈନିକ ସେମାନଙ୍କୁ ପଶୁ ବିଶେଷଜ୍ଞଙ୍କ ଡାଏଟ ଚାଟ୍ ଅନୁସାରେ ଗହମ, ଜଅ, ଚଣା ଓ ମଟର ଆଦି ଖାଇବାକୁ ଦିଆଯାଉଥିଲା। ଏହା ଛଡା ପ୍ରତିଥର ଖାଇବା ପରେ ସେମାନଙ୍କୁ ଖାଦ୍ୟ ହଜମ ଲାଗି ଲିଭର ଟନିକ ମଧ୍ୟ ଦିଆଯାଉଥିଲା।

{"id":142909,"width":580,"height":327}

ଏହି ଛେଳିଙ୍କ ୨୪ ଘଣ୍ଟା ଦେଖରେଖ ନିମନ୍ତେ ୩ଜଣ ଲୋକ ନିଯୁକ୍ତ ଥିଲେ। ଗୋଟିଏ ଗୋଟିଏ ଛେଳି ଦୈନିକ ୫ କେଜି ଚାରା ଖାଆନ୍ତି। ସେମାନଙ୍କୁ ପ୍ରତି ଦିନ ମାଲିସ୍ କରାଯାଏ। ମାଲିସ ହେବା ପରେ ସେମାନେ ୨ ଘଣ୍ଟା ବିଶ୍ରାମ ନିଅନ୍ତି। କରିମ ଯେତେବେଳେ ସେମାନଙ୍କୁ କ୍ରୟ କରିଥିଲେ ସେମାନେ ପ୍ରତ୍ୟେକ ୪ ମାସର ଲେଖାଏଁ ହୋଇଥିଲେ। ସେମାନଙ୍କର ଓଜନ ୧୮ରୁ ୧୯ କେଜି ମଧ୍ୟରେ ରହିଥିଲା। ତେବେ ପଶୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କର ଦେଖରେଖ ହେବାରୁ ଏବେ ଗୋଟିଏ ଗୋଟିଏ ବୋଦାର ଓଜନ ଏବେ ୨୧୦ରୁ ୨୨୦ କେଜି ମଧ୍ୟରେ ଥିବା କହିଛନ୍ତି। ଅଞ୍ଚଳର କରିମ ପୁରୁଣା ଛେଳି ବେପାରୀ। ଆଗରୁ ସେ ଅଲବର, ବାବ୍ରୀ,ବାରବରୀ, ତୋତାପରୀ ଓ ଆଜମେରୀ ଛେଳି ପାଳନ କରିଥିଲେ। ତେବେ ପ୍ରଥମ ଥର ସେ ସୋଜାତ ଛେଳି ପାଳନ କରି ବେଶ ଲାଭବାନ ହୋଇଥିବା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.