ମଦ୍ୟପ ବାପାର ନିର୍ଜାତନା ସହି ନ ପାରି ୩ ଭଉଣୀ ପିଇଲେ ବିଷ , ରାଉରକେଲାରେ ଚାଞ୍ଚଲ୍ୟ

Published By : Prameya-News7 Bureau | September 07, 2019 IST

ରାଉରକେଲା :  ମଦ୍ୟପ ବାପାର ନିର୍ଜାତନା ସହି ନପାରି ରାଉରକେଲା ବୀରମିତ୍ରପୁର ନିକଟ ପାତାଳକାଣ୍ଡ ଗ୍ରାମର ୩ ଭଉଣୀ ଶନିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ଜଣ ହେଲେ ସ୍ୱାତୀ ସୋରିନ୍(୧୮), ଶାଲିନୀ ସୋରିନ(୧୬) ଓ ଜେନିସ୍ ସୋରିନ (୧୫) ।

ଖବର ନେବାରେ ଜଣାପଡିଛି ଯେ ଶ୍ୱାତୀ ଯୁକ୍ତ ୨ କମର୍ସ ପଢୁଥିବା ବେଳେ ଜେନିସ୍ ଅଷ୍ଟମ ଶ୍ରେଣୀର ଛାତ୍ରୀ। ସେମାନଙ୍କ ପିତା ପ୍ରେଡି ସୋରିନ୍ କୌଣସି କାମ କରନ୍ତି ନାହିଁ। ତେବେ ପ୍ରତ୍ୟହ ମଦ୍ୟାପାନ କରି ଘରକୁ ଆସି ଝିଅମାନଙ୍କୁ ମାରଧର କରିଥାନ୍ତି। ଏଥିରେ ଅତିଷ୍ଠ ହୋଇ ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳକୁ ୩ ଭଉଣୀ ମିସି ଫିନାଇଲ ପିଇ ଦେଇଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.