ସାପ କାମୁଡାରେ ୩ ଭଉଣୀ ମୃତ : ହସ୍ପିଟାଲ ନନେଇ ରାତିସାରା ଝଡାଫୁଙ୍କା କଲେ ପରିବାର ଲୋକେ, ସକାଳେ ଚାଲିଗଲା ଜୀବନ

Published By : Prameya-News7 Bureau | October 20, 2020 IST

ରାଞ୍ଚୀ, ୨୦୧୦ଝାଡଖଣ୍ଡର ସିମଡେଗାରେ ସାପ କାମୁଡିବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ୩ ଭଉଣୀ ପ୍ରାଣ ହରାଇଛନ୍ତି । ସାପ କାମୁଡିବା ପରେ ୩ ଉଭଣୀଙ୍କୁ ହସ୍ପିଟାଲ ନନେଇ ପରିବାର ଲୋକେ ରାତି ସାରା ଝଡା ଫୁଙ୍କା କରିଥିଲେ । ଏହାପର ଦିନ ସକାଳେ ୩ ଭଭଣୀ ମୃତ୍ୟୁ ମୁଖରେ ପଡିଥିଲେ ।

ସୂଚନାନୁସାରେ, ସୋମବାର ରାତିରେ ସିମଡାଗାରେ ଏକ ପରିବାରର ୩ ଭଉଣୀଙ୍କୁ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା । ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡିଥିଲା । ଗାଁରେ ନେଟଓ୍ୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଫୋନ୍ କରିପାରି ନଥିଲେ । ଫଳରେ  ପରିବାର ଲୋକେ ୩ ଭଉଣୀଙ୍କୁ ହସ୍ପିଟାଲ ନେଇ ନଥିଲେ । ବରଂ ଗୁଣିଆ ନିକଟକୁ ନେଇଥିଲେ । ରାତି ସାରା ଚାଲିଥିଲା ଝଡାଫୁଙ୍କା । ତେବେ ପୋଲିସକୁ ଏ ବାବଦରେ ଖବର ମିଳିଥିଲା । ପୋଲିସର ବୁଝାସୁଜା ପରେ ପରିବାର ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ବିଳମ୍ବ ହୋଇ ଯାଇଥିଲା । ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ଡାକ୍ତରଙ୍କ କଥାକୁ ବିଶ୍ୱାସ କରି ନଥିଲେ । ପୁଣି ୩ ଭଉଣୀଙ୍କ ମୃତଦେହକୁ ଗୁଣିଆ ପାଖକୁ ନେଇଥିଲେ ।ମୃତ୍ୟୁବରଣ କରିଥିବା ୩ ଭଉଣୀ ହେଲେ ଅଙ୍କିତା ଲାକ୍ରା, ହର୍ଷିତା ଲାକ୍ରା ଓ ଏଡଲିନ୍ ଏକ୍କା । ୩ଜଣଙ୍କ ବୟସ ଯଥାକ୍ରମେ ୧୨,୧୦ ଓ ୮  ବର୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.