Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କୋଭିଡ୍ କଟକଣା ଉଲଂଘନ କରି ୩ ଦୋକାନ ସିଲ୍: ଦୁର୍ଗାପୂଜାରେ ଦୋକାନରେ ଲାଗିଥିଲା ଗ୍ରାହକଙ୍କ ଭିଡ‌

23/10/2020 at 2:53 PM

ବଲାଙ୍ଗୀର୨୩/୧୦: ଜିଲ୍ଲା ପ୍ରଶାସନର ନେତୃତ୍ବରେ ୩ଟି ଦୋକାନକୁ ସିଲ୍ ହୋଇଛି। କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ଏହି ୩ଟି ଦୋକାନକୁ ସିଲ୍ କରାଯାଇଛି। ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି।

ପୂର୍ବ ଅନୁସାରେ ପୂଜାରେ କରୋନା କଟକଣାକୁ ସମସ୍ତେ ମାନିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ କରୋନା କଟକଣା ନ ମାନି  ଲୁଗା ଦୋକାନ , ଜେନେରାଲ ଷ୍ଟୋର ଏବଂ ମୋବାଇଲ ଦୋକାନ ଖୋଲି ଗ୍ରାହକମାନଙ୍କ ଭିଡ ଜମାଇ ବ୍ୟବସାୟ କରୁଥିଲେ ବ୍ୟବସାୟୀ।

ତେବେ କଟକଣାକୁ ଫୁ କରି ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଥିଲା। ଏହି ଦୃଶ୍ୟ ଜିଲ୍ଲା ପ୍ରଶାସନ ଆଖିରେ ପଡିବା ପରେ ତତ୍‌କ୍ଷାଣତ୍ ୩ଟି ଦୋକାନକୁ ସିଲ୍ କରାଯାଇଛି।

   Related Posts