Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲକଡାଉନ୍‌କୁ ବେଖାତିର୍ କରି ଖୋଲିଥିଲେ ଦୋକାନ, ଏକା ଥରକେ ପହଞ୍ଚିଗଲେ ଉପ-ଜିଲ୍ଲାପାଳ ଓ ତହସିଲ୍‌ଦାର ତାପରେ…

29/06/2021 at 7:45 PM

ବାଲିପାଟଣା, ୨୯।୦୬: ବାଲିପାଟଣା ଉପକଣ୍ଠରେ ଲକଡାଉନ୍‌କୁ ବେଖାତିର୍ କରୁଛନ୍ତି କିଛି ଅମାନିଆ । କିଛି ବ୍ୟବସାୟୀ ନିୟମ ନ ମାନି ଦୋକାନ ଖୋଲି ବେପାର ଚଳାଉଛନ୍ତି । ବାଲିପାଟଣା ଛକରେ ଏପରି ତିନୋଟି ଦୋକାନ ଖୋଲା ଥିବା ଖବର ପାଇ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା ।

ବାଲିପାଟଣା ଛକରେ ଥିବା ଜୁଏଲାରୀ, ଚପଲ ଦୋକାନ ସମେତ ୩ଟି ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଛି ପ୍ରଶାସନ । ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଏବଂ ଅନ୍ୟମାନେ ଏହି ଚଢ଼ାଉ କରିଥିଲେ । ଅମାନିଆ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ ସୂଚନା ଦେଇଛନ୍ତି ।

   Related Posts