ଭାଲୁ ଆକ୍ରମଣରେ ୩ ଗୁରୁତର, ୩ ଆହତ: ହସ୍ପିଟାଲରେ ପହଁଞ୍ଚିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | June 05, 2020 IST

ନୀଳଗିରି୫/୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଆଞ୍ଚଳରେ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଏବଂ ୩ ଜଣ ଆହତ ହୋଇଛନ୍ତି। ସୂଚନାରୁ ପ୍ରକାଶ କି ଔପଦା ବ୍ଲକ ଅଧିନ ବାଉଁଶବଣିଆ ଅଞ୍ଚଳରୁ ୨ଟି ଭାଲୁ ଆଜି ସକାଳ ୫ ଟା ସମୟରେ ଜଙ୍ଗଲକୁ ଫେରୁଥିବା ବେଳେ ଦିନ ହୋଇଯିବାରୁ ବିଭିନ୍ନ ଗାଁକୁ ପଶି ଆତଙ୍କ ଖେଳାଇଥିଲେ। ଟଣକା ଗ୍ରାମର ଜଳଧର ବିଶ୍ବାଳ ଘରକୁ ପଶି ଯିବାପରେ ତାଙ୍କ ସ୍ତ୍ରୀ ସ୍ନିଗ୍ଧା ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ତାଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଜୀବନ ବିକଳରେ ଚିତ୍କାର କରିଥିଲେ। ଜଳଧର ତାଙ୍କୁ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ଭାଲୁମାନେ ଗାଁ ଭିତର ଦେଇ ଫେରିବା ବେଳେ ପରମାନନ୍ଦ ମିଶ୍ର ଓ ନିତ୍ୟାନନ୍ଦ ମିଶ୍ରଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏହାପରେ ବାଉଁଶବଣିଆ ଗ୍ରାମର ବନମାଳୀ ଜେନା ଓ କମଳାକାନ୍ତ ଜେନା ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।୬ ଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହେବାପରେ ଜଳଧର ଓ ସ୍ନିଗ୍ଧା ଉଭୟଙ୍କୁ ବାଲେଶ୍ଵର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ହସ୍ପିଟାଲ ପହଁଞ୍ଚି ଆସୁ ଆରୋଗ୍ୟ କାମନା କରିବା ସହିତ ସ୍ବାସ୍ଥ୍ୟ ସେବା ଜରୁରୀକାଳୀନ ପରିସ୍ଥିତିରେ ଯୋଗାଇଦେବାକୁ ସିଡ଼ିଏମଓଙ୍କୁ କହିଛନ୍ତି।କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର  ହସ୍ପିଟାଲ ଯାଇ ଗୁରୁତର ଙ୍କୁ ଭେଟିବା ସହ ଅଘଟଣ  ସ୍ଥଳରେ ତଦନ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.