ଚୋରା ବାଲି ଚାଲାଣରୁ ଭୁଜାଲି ମାଡ – ୩ ଗୁରୁତର

Published By : Prameya-News7 Bureau | December 13, 2019 IST

ଭଦ୍ରକ୧୩।୧୨ -or -ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି  ଥାନା  ବୈତରଣୀ ନଦୀରୁ ଚୋରାବାଲି ପରିବହନ କୁ  କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ l ଭୁଜାଲି ମାଡରେ ଉଭୟ ପକ୍ଷ ର ୩  ଗୁରୁତର l ୨ ଗୁରୁତରଙ୍କୁ ଯାଜପୁର  ମେଡିକାଲ ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର  କରାଯାଇଛି l ଅନ୍ୟ  ଜଣେ ଗୁରୁତର ଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଚିକିସ୍ଛା ପରେ ଭଣ୍ଡାରିପୋଖରୀ ପୋଲିସ ଅଟକ ରଖିଛି ।

ମଣିନାଥପୁର ଓ ମୁଢାପଦା ବାଲି ମାଫିଆଙ୍କ ଗୋଷ୍ଠୀ ସଂଘର୍ଷ ଚୋରା ବାଲି ପରିବହନ କୁ ନେଇ ହୋଇଥିବା ସୂଚନା ମିଳିଛି । ମଣିନାଥପୁର ବାଲି ମାଫିଆ  ମାନେ ହାଇଓ୍ୱା ରେ ଚୋରା ରେ ବାଲି ଚାଲାଣ କରୁଥିଲେ l ପରେ ବାଲିଚାଲାଣ କୁ ନେଇ ଉଭୟ ପକ୍ଷ ମଧ୍ୟ ରେ ବିବାଦ ହେବାରୁ ମୁଢାପଦା ଅଞ୍ଚଳ ର  ପ୍ରଶାନ୍ତ ଜେନା ଙ୍କୁ ମଣିନାଥପୁର  ମାଫିଆ ମାନେ ଅପହରଣ କରିନେଇଥିଲେ l ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁଢାପଦା ଅଂଚଳ ର କେତେକ ଲୋକେ ତାଙ୍କୁ ଉଦ୍ଧାର ପାଇଁ ଯାଇଥିବା ବେଳେ ଉଭୟଗୋଷ୍ଠୀ ମଧ୍ୟ ରେ ସଂଘର୍ଷ ହୋଇଥିଲା l ଭଣ୍ଡାରିପୋଖରୀ ପୋଲିସ ପ୍ରଶାନ୍ତ ଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ଅଟକ ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.