ଅଟୋ ଓଲଟି ୫ ଗୁରୁତର

Published By : Prameya-News7 Bureau | October 10, 2019 IST

ଆନନ୍ଦପୁର - ଆନନ୍ଦପୁର-କରଂଜିଆ ରାସ୍ତାର ତ୍ରୀଶୁଳିଆ ଛକଠାରେ ଅଟୋ ଓଲଟି ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ହୋଇଥିବା ବ୍ୟକ୍ତିମାନେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ସଢଙ୍ଗ ଗାଁ ର ତୋସି ଗାଗରାୟ, ଜେମା ଟୁଡୁ ଓ ବିରବଲ ଗାଁ ର ଫୁଲ ମାଝୀ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.