ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର, ମୋଟ ୩ ଜଣଙ୍କୁ ମିଳିବ ସମ୍ମାନ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ, ୦୫/୧୦: ବିଶ୍ୱର ସବୁଠାରୁ ସମ୍ମାନ ଜନକ ପୁରସ୍କାର କହିଲେ ନୋବେଲ୍‌ ପୁରସ୍କାରକୁ ବୁଝାଏ । ପ୍ରତି ବର୍ଷ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ମୋଟ ୩ ଜଣ ଏଥିପାଇଁ ମନୋନୀତ ହୋଇଛନ୍ତି । ବୈଜ୍ଞାନିକ ଜର୍ଜିଓ ପାରିସି, ବୈଜ୍ଞାନିକ ସିକ୍ୟୁରୋ ମୁନାବୋ ଓ ବୈଜ୍ଞାନିକ କ୍ଲାଉସ୍‌ ହାସଲ୍‌ମେନ୍‌ ଏହି ପୁରସ୍କର ପାଇବା ନେଇ ଜଣାପଡ଼ିଛି । ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରିଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.