ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ : ବ୍ଲାକ୍ ହୋଲ ଉପରେ ଗବେଷଣା କରୁଥିଲେ ଜର୍ମାନୀର ରିନହାର୍ଡ, ଆମେରିକାର ଆଣ୍ଡ୍ରେୟା ଏବଂ ବ୍ରିଟିଶ ବିଜ୍ଞାନୀ ରୋଜର୍

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ, ୦୬ ।୧୦:   ବ୍ରିଟିଶ ବୈଜ୍ଞାନିକ ରୋଜର୍ ପେନରୋଜ୍, ଜର୍ମାନୀର ରିନହାର୍ଡ ଗେନଜେଲ୍ ଓ ଆମେରିକା ବୈଜ୍ଞାନିକ ଆଣ୍ଡ୍ରେୟା ଗେଜଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।

ରୋଜର ପେନରୋଜଙ୍କୁ ବ୍ଲାକ୍ ହୋଲ୍ ବା କଳାଗର୍ତ୍ତର ଆବିଷ୍କାର, ରିନହାର୍ଡ ଓ ଆଣ୍ଡ୍ରେଆଙ୍କୁ ଆକାଶଗଙ୍ଗାର କେନ୍ଦ୍ରରେ ସୁପରମେସିଭ୍ କମ୍ପାକ୍ଟ ଅବଜେକ୍ଟର ସନ୍ଦାନ ପାଇଁ ନୋବେଲ ଦିଆଯାଉଛି ।

ଗତ ଅନେକ ବର୍ଷ ଧରି ପଦାର୍ଥ ବିଜ୍ଞାନର ନୋବେଲ ସମ୍ଭନ୍ଧୀୟ ବିଷୟ ଉପରେ କାର୍ଯ୍ୟ କରୁଥିବା ଏକାଧିକ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯାଉଛି । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିବା ସନ୍ଦର୍ଭରେ ତଥା ସୌର ମଣ୍ଡଳର ବାହାର ଗ୍ରହଙ୍କୁ ଠାବ କରିବା ଆଦି ଅନେକ ଗୁରୁତ୍ୱ ବହନ କରେ ।

ସୂଚନାଯୋଗ୍ୟ, ଗତବର୍ଷ ସୌର ମଣ୍ଡଳ ବାହାରର ଏକ ଗ୍ରହର ସନ୍ଧାନ କରିଥିବା ମହାକାଶ ବିଜ୍ଞାନୀ ମାଇକେଲ୍ ମେୟର ଓ ଡିଡିୟର କୁଲୋଜଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.