Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୋକାନକୁ ଆସି ହାତ ସାନିଟାଇଜ୍ କଲେ, ବନ୍ଧୁକ ଦେଖାଇ ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ଗହଣା, ଭିଡିଓ ଭାଇରାଲ୍

12/09/2020 at 1:39 PM

ଅଲିଗଡ଼ ୧୨/୦୯ : ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ରୋକିବାକୁ ଯୋଗୀ ଆଦିତ୍ୟନାଥ ସରକାର ମାସ୍କ ଓ ସାନିଟାଇଜର ସବୁବେଳେ ପାଖରେ ରଖିବାକୁ ଅପିଲ କରିଛନ୍ତି । ଇତି ମଧ୍ୟରେ ଅଲିଗଡ଼ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଶୁକ୍ରବାର ଦିନ ଅଲିଗଡ଼ ବନ୍ନଦେବୀ ଅଞ୍ଚଳରେ ଥିବା ଏକ ଗହଣା ଦୋକାନକୁ କିଛି ଯୁବକ ଯାଇଥିଲେ । ଦୋକାନର ଜଣେ କର୍ମଚାରୀ ଯୁବକଙ୍କୁ ହାତ ସଫା କରିବାକୁ ସାନିଟାଇଜର ଦେଇଥିଲେ । ଯୁବକମାନେ ସାନିଟାଇଜରରେ ହାତ ସଫା କଲେ ଓ ବନ୍ଧୁକ ବାହାର କରି ଦୋକାନରୁ ପାଖାପାଖି ୪୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଲୁଟି ନେଇଥିଲେ । ଦୋକାନରେ ସେତେବେଳେ କିଛି ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଘଟଣା ପରେ ଦୁର୍ବୁତ୍ତ ସେଠାରୁ ଫେରାର ହୋଇଯାଇଥିଲେ । ସୂଚନା ପାଇ ଆଇଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଖୁବ ଶୀଘ୍ର ଦୁର୍ବୁତ୍ତଙ୍କୁ ଗିରଫ କରିବ ବୋଲି କହିଛି । 

ସୂଚନାଯୋଗ୍ୟ ଯେ, ଅଲିଗଡ଼ ବନଦେବୀ ଅଞ୍ଚଳରେ ସୁନ୍ଦର ଜ୍ୱେଲର୍ସ ନାମକ ଏକ ଦୋକାନ ଅଛି । ଶୁକ୍ରବାର ଦିନ ଏକ ବାଇକରେ ୩ ଦୁର୍ବୁତ୍ତ ଆସି ବନ୍ଧୁକ ମୁନରେ ଦୋକାନରୁ ପାଖାପାଖି ୪୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ଲୁଟ ସମୟରେ ବ୍ୟବସାୟୀଙ୍କ ପୁଅ ଓ କିଛି ସହଯୋଗୀ ଉପସ୍ଥିତ ଥିଲେ ।

ଅଲିଗଡ଼ ଏସଏସପି କହିଛନ୍ତି ଯେ, ଖୁବ ଶୀଘ୍ର ଦୁର୍ବୁତ୍ତଙ୍କୁ କାବୁ କରାଯିବ । ଏଥିପାଇଁ ଟିମ ଗଠନ କରାଯାଇଛି । ଖୁବ ଶୀଘ୍ର ମାମଲାର ଖୁଲାସା ହେବ ବୋଲି ସେ କହିଛନ୍ତି ।

   Related Posts