Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ତିହିଡ଼ି ଗ୍ୟାସ୍ ଏଜେନ୍ସି ଲୁଟ୍‌ର ପର୍ଦ୍ଦାଫାଶ: ୩ ଲୁଟେରା ଗିରଫ, ୨ ଲକ୍ଷ ୭୬ ହଜାର ଟଙ୍କା ଜବତ, କ୍ୟାସିୟରଙ୍କୁ ହାଣି ଲୁଟିଥିଲେ ୧୧ ଲକ୍ଷ

28/05/2020 at 3:02 PM

ଭଦ୍ରକ୨୮/୫: ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ହାଣି ଟଙ୍କା ଲୁଟ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍।  ମିଳିଥିବା ସୂଚନା ମୁତାବକ, ଗତ ୪ ତାରିଖରେ ତିହିଡି ଥାନା ଜିଝାରପୁର ରେଳ କ୍ରସିଂ ନିକଟରେ ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଡକାୟତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣ କରି ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ତିହିଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । 

ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଜ଼ିଲ୍ଲା ଓ ବାହାରେ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଶେଷରେ ଏହି ଘଟଣାରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଏହି ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବା ତିହିଡି ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଲୁଟ୍‌ରେ ବ୍ୟବହାର ହୋଇଥିବା ଏକ ବାଇକ୍ ସିଜ୍ କରିବା ସହ ଲୁଟ ହୋଇଥିବା ୨ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛି ତିହିଡି ପୋଲିସ।

   Related Posts