ଯୁବତୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ହାତକଡି ପକାଇ ଜେଲ୍‌କୁ ପଠାଇଲା ପୋଲିସ

Published By : Prameya-News7 Bureau | January 27, 2021 IST

ପାଟଣା୨୭/୧: ଯୁବତୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା।  ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ ସହ ତାଙ୍କ ମୋବାଇଲ ଛଡାଇ ନେଇଥିଲେ। ଏହି ଘଟଣାରେ ୩ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁରୁମୁଙ୍ଗା ପୋଲିସ। ପାଟଣା-କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟରେ ଏଭଳି ଘଟଣା ଘଟିଥିଲା।

 ମିଳିଥିବା ସୂଚନା ମୁତାବକ, ଗମ୍ଭାରୀଆ ଅଞ୍ଚଳର ୩ ଭଉଣୀ ରାସ୍ତାରେ ଫଟୋ ଉଠାଉଥିଲେ। ଏହି ସମୟରେ ୩ ଜଣ ଯୁବକ ଆସି ସେମାନଙ୍କୁ ହଇରାଣ ହରକତ କରିବା ସହ ମୋବାଇଲ ଛଡାଇ ନେଇଥିଲେ। ଏ ନେଇ ତୁରୁମୁଙ୍ଗା ଥାନାରେ ଯୁବତୀଙ୍କ ପରିବାର ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଳେ ଇନ୍ଦ୍ର  ନାଏକ, କେଶବ ନାଏକ ଓ ବେଣୁଧର ନାଏକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.