Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଉଦ୍ଧବ ଠାକରେଙ୍କ ଫାର୍ମହାଉସ୍‌ରେ ବଳପୂର୍ବକ ପ୍ରବେଶ ଅଭିଯୋଗ, ଗିରଫ ହେଲେ ୩ ରିପବ୍ଲିକ୍ ଟିଭି କର୍ମଚାରୀ

10/09/2020 at 7:35 PM

ମୁମ୍ବାଇ ୧୦/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ପ୍ରତିଟି ଖବର ଲଗାତର ପ୍ରସାରଣ କରୁଥିବା ରିପବ୍ଲିକ୍‌ ଟିଭିକୁ ଏବେ  ଦେଶବାସୀ ପସନ୍ଦ କରୁଛନ୍ତି । ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବାରମ୍ବାର ଖବର ପ୍ରସାରଣ କରି ଏବେ ରିପବ୍ଲିକ୍‌ ଟିଭିର କର୍ମଚାରୀ  ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଫାର୍ମହାଉସ୍‌ରେ ବଳପୂର୍ବକ ପ୍ରବେଶ କରିଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

 ୩ ଜଣଙ୍କ ମଧ୍ୟରେ ଜଣେ ରିପୋର୍ଟର, ଜଣେ କ୍ୟାମେରାମ୍ୟାନ ଓ କାର ଡ୍ରାଇଭର ସାମିଲ ଥିବା ଜଣାପଡ଼ିଛି । ରିପୋର୍ଟରଙ୍କ ନାଁ ଅନୁଜ କୁମାର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଠାକରେଙ୍କ ଫାର୍ମହାଉସ୍‌ର ଗାର୍ଡଙ୍କ ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଛି ।

୮ ସେପ୍ଟେମ୍ବର ରାତି ୭.୩୦ ସମୟରେ ରିପବ୍ଲିକ୍‌ ଟିଭିର ଏହି ୩ କର୍ମଚାରୀ ଠାକରେଙ୍କ ଫାର୍ମହାଉସ୍‌ ଭିତରକୁ ପ୍ରବେଶ ରାସ୍ତା ରାତ୍ରୀକାଳୀନ ଜଗୁଆଳିଙ୍କୁ ପଚାରିଥିଲେ । ଡରରେ ଗାର୍ଡଜଣଙ୍କ ସେମାନଙ୍କୁ ଭୁଲ ରାସ୍ତା କହିଥିଲେ । କିନ୍ତୁ ପରେ ସେମାନେ ଫାର୍ମହାଉସ୍‌ର ପଛପଟେ ପଶି ଗାର୍ଡଙ୍କୁ ତାଗିଦ କରିଥିଲେ । ଏହାସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ବି ଗାର୍ଡ ଅଭିଯୋଗ କରିଛନ୍ତି । କିନ୍ତୁ ଏହା ପୂର୍ବରୁ ଗାର୍ଡ ଜଣଙ୍କ ପୋଲିସକୁ ଖବର ଦେଇସାରିଥିଲେ ।

ପୋଲିସ ତିନି ଜଣଙ୍କ ବିରୋଧରେ ଆଇପିସି ଧାରା ୪୫୨, ୪୪୮, ୩୨୩,୫୦୪ ଓ ୩୪ ଆଧାରରେ ମାମଲା ରୁଜୁ କରିଥିବା ବେଳେ ମାମଲାର ଅଧିକ ତଦନ୍ତ କରୁଛି । ରିପୋର୍ଟର ସମେତ କ୍ୟାମେରାମ୍ୟାନ୍ ଓ କାର୍‌ ଡ୍ରାଇଭରଙ୍କୁ ପୋଲିସ ୪ ଦିନ ପାଇଁ ଜେଲ୍‌ ପଠାଇଥିବା ଜଣାପଡ଼ିଛି।    

   Related Posts