କରୋନାର ଔଷଧ ଖୋଜି ରାତାରାତି କୋଟିପତି ହେଲେ ୩ଜଣ ପ୍ରଫେସର୍

Published By : Prameya-News7 Bureau | July 28, 2020 IST

ଲଣ୍ଡନ ୨୮/୭: ବ୍ରିଟେନର ୩ଟି ବିଶ୍ବବିଦ୍ୟାଳୟର ପ୍ରଫେସର କରୋନାର ଏକ ଔଷଧ ଖୋଜି ରାତାରାତି କୋଟିପତି ହୋଇଯାଇଛନ୍ତି। ପ୍ରଫେସର ରଟକୋ ଜୁକାନୋଭିକ୍,ଷ୍ଟିଫନ ହୋଲଗେଟ୍ ଏବଂ ଡୋନ୍ନା ଡେଭିସଙ୍କ କମ୍ପାନୀ ସିନେରଜେନର ସେୟାର ମୂଲ୍ୟରେ ଗୋଟିଏ ରାତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏବେ ସୁଦ୍ଧା ସେୟାରର ମୂଲ୍ୟ ୩ହଜାର ପ୍ରତିଶତ ବଢ଼ି ସାରିଛି। ଏହି କମ୍ପାନୀ କରୋନା ଭାଇରସର ଗୋଟିଏ ଔଷଧର ଟ୍ରାୟଲ କରିଥିଲେ। ଟ୍ରାୟଲରୁ ଜଣା ପଡ଼ିଥିଲା ଯେ ଯେଉଁ ରୋଗୀଙ୍କୁ ଔଷଧ ଦିଆଯାଇଥିଲା,ସେମାନଙ୍କ ମଧ୍ୟରୁ ୭୯ପ୍ରତିଶତ ରୋଗୀଙ୍କ ଗୁରୁତର ଭାବେ ରୋଗରେ ପଡ଼ିବା ସମ୍ଭାବନା କମିଯାଇଛି। ବ୍ରିଟେନର ସାଉଥାମ୍ପଟନ୍ ୟୁନିଭର୍ସିଟିର ମେଡିସିନ୍ ସ୍କୁଲର ୩ଜଣ ପ୍ରଫେସର ପାଖାପାଖି ୨୦ବର୍ଷ ତଳେ ଏହା ଆବିଷ୍କାର କରିଥିଲେ।

ସେମାନେ ପତ୍ତା ଲଗାଇଥିଲେ ଯେ ଶ୍ବାସ ରୋଗୀ ଏବଂ ଦୀର୍ଘସ୍ଥାୟୀ ରୋଗୀଙ୍କ ମଧ୍ୟରେ ଇଣ୍ଟରଫ୍ରିଓନ୍ ବିଟା ନାମକ ପ୍ରୋଟିନର ଅଭାବ ହୋଇଥାଏ। ଏହି ପ୍ରୋଟିନ୍ ସାମାନ୍ୟ ଥଣ୍ଡାରୁ ଲଢ଼ିବାରେ ସାହାଯ୍ୟ କରିଥାଏ। ପ୍ରଫେସରମାନେ ଗବେଷଣା କରିଥିଲେ ଯେ ଯେଉଁ ପ୍ରୋଟିନର ଅଭାବ ଥିବ ତାକୁ ଯଦି ପୂରା କରି ଦିଆଯାଏ ତେବେ ଭାଇରାଲ୍ ଇନଫେକ୍ସନ ସହ ଲଢ଼ିବାରେ ରୋଗୀଙ୍କୁ ସାହାଯ୍ୟ ମିଳିବ। ନିଜ ଆବିଷ୍କାରକୁ ଔଷଧରେ ପରିବର୍ତ୍ତନ କରିବା ପାଇଁ ସିନେରଜେନ୍ କମ୍ପାନୀ ନିର୍ମାଣ କରିଥିଲେ।

୨୦୦୪ମସିହାରେ ଏହି କମ୍ପାନୀ ଷ୍ଟକ୍ ମାର୍କେଟରେ ଆସିଯାଇଥିଲା,କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରେ କମ୍ପାନୀ ଫେବୃୟାରୀ ଏବଂ ମାର୍ଚ୍ଚରେ ଇଣ୍ଟରଫ୍ରିଓନ ବିଟା ପ୍ରୋଟିନ୍ ନାମକ ଔଷଧ ଏସ.ଏନ.ଜି ୦୦୧ର କ୍ଲିନିକାଲ୍ ଟ୍ରାୟଲ୍ ଆରମ୍ଭ କରିଥିଲା। ଟ୍ରାୟଲରେ ସିଧା ରୋଗୀଙ୍କ ଫୁସଫୁସରେ ଏସ.ଏନ.ଜି ୦୦୧ ଦିଆଯାଇଥିଲା। ଟ୍ରାୟଲରୁ ଜଣା ପଡ଼ିଥିଲା ଯେ ଔଷଧ ଦେବା ଫଳରେ ରୋଗୀଙ୍କ ଆରୋଗ୍ୟ ହେବାର ସମ୍ଭାବନା ୨ରୁ ୩ଗୁଣ ଅଧିକ ହୋଇଯାଇଛି।

ଟ୍ରାୟଲରେ ୧୦୧ଲୋକଙ୍କୁ ସାମିଲ କରାଯାଇଥିଲା। କମ୍ପାନୀରେ ୦.୫୬ ପ୍ରତିଶତରୁ ୦.୫୯ପ୍ରତିଶତ ଅଂଶୀଦାର ହେବା ସତ୍ବେ ସେୟାର ଦାମରେ ପରିବର୍ତ୍ତନ ଆସିବାରୁ ୩ଜଣ ପ୍ରଫେସର ରାତାରାତି କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.