Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗାନ୍ଧି ଜୟନ୍ତୀଙ୍କୁ ନେଇ ତତ୍ପର ତିନି ରାଜନୈତିକ ଦଳ,କ’ଣ କରିବେ ଜାଣନ୍ତୁ

30/09/2019 at 6:36 PM

ଭୁବନେଶ୍ୱର ୩୦।୦୯- ମହାତ୍ମା ଗାନ୍ଧି ଙ୍କ ୧୫୦ ତମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଆଉ ଗାନ୍ଧି ଙ୍କୁ ନେଇ ରାଜନୀତି ସହ ରୁଟି ସେକା ବି ଜୋର ଧରିଲାଣି । ଗାନ୍ଧି  ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବିଜେପି  ଗାନ୍ଧି  ସଂକଳ୍ପ ଯାତ୍ରା କରିବ । ଏମାନଙ୍କୁ ଦେଖି ଗାନ୍ଧି ଙ୍କ ନୀତି ଆର୍ଦଶରେ ଗଢା ହୋଇଥିବା ଦଳ କଂଗ୍ରେସ ପଦଯାତ୍ରା ମଇଦାନକୁ ଲମ୍ପ ମାରି ସଙ୍ଗଠନ ସଜାଡିବାକୁ ଯୋଜନା କରିଛି ।…

ରାଜନୀତିର ପଶାପାଲିରେ ଗାନ୍ଧି । ମହତ୍ମା ଗାନ୍ଧି ଙ୍କୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଚଳଚଞ୍ଚଳ । ଗାନ୍ଧି  ଜୟନ୍ତୀରେ କଂଗ୍ରେସ ପଦଯାତ୍ରା ମଇଦାନକୁ ଲମ୍ପ ମାରିବାକୁ ଯୋଜନା କରିଛି । କାରଣ ଯେଉଁ ଗାନ୍ଧି ଙ୍କ ନୀତି ଆର୍ଦଶରେ ଦଳ ଗଠନ ହୋଇଥିଲା ସେହି ଦଳ ଏବେ ଗାନ୍ଧି ଙ୍କୁ ସାମ୍ନାରେ ରଖି ଲୋକଙ୍କୁ ମନେଇବାକୁ ଉଦ୍ୟମ କରିବ। ସାଲେପୁର ଗାନ୍ଧି  ପଡିଆରୁ ଆରମ୍ଭ ହେବ ପଦଯାତ୍ରା ଓ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ। ସେହିଭଳି ଦଳ ନିଶ୍ଚିତ କୋଇଲିରେ ବି ପଦଯାତ୍ର କରିବ ।

ଅକ୍ଟୋବର ୪ରେ ହେବ ବୁଦ୍ଧିଜୀବୀ ସମ୍ମିଳନୀ। ତାପରେ ଗାନ୍ଧି  ସ୍ମୃତି ଥିବା ରାଜ୍ୟର ସମସ୍ତ ସ୍ଥାନରେ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଓ  ଆଲୋଚନା ଚକ୍ର ଚାଲିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗାନ୍ଧି ଙ୍କୁ ମାଧ୍ୟମ କରି କଂଗ୍ରେସ ଏବେ ବଳ ସାଉଁଟିବାକୁ ଯୋଜନା କରିଛି।

ଏପଟେ ବିଜେଡି ମଧ୍ୟ ଆକ୍ଟୋବର ୨ ରୁ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରି ଜୟପ୍ରକାଶ ଜୟନ୍ତୀରେ ସାରିବ । ଏହା ସହ ଅହିଂସାକୁ ସାମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ  ଏକଲକ୍ଷ ଦସ୍ତଖତ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ ।

ଏପଟେ ବିଜେପି ସ୍ୱଚ୍ଛ ଭାରତ ଯୋଜନା କରିବ । ୧୫୦ ତମ ଗାନ୍ଧି  ଜୟନ୍ତୀରେ ‘ଗାନ୍ଧି  ସଂକଳ୍ପ ଯାତ୍ରା ‘ କରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାନ୍ଧି  ଜୟନ୍ତୀ ଦିନ ଏହି କାର୍ଯ୍ୟକ୍ରମକୁ କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧି  ସ୍ମୃତି ପୀଠରୁ ଶୁଭାରମ୍ଭ କରିବେ । ପାର୍ବଣ ଋତୁରେ ପଦଯାତ୍ରା କିଛି ଦିନର ବିରାମ ସହ ଅକ୍ଟୋବର ୨ରୁ ୨୫ ଯାଏଁ ଚାଲିବ ।

ଗାନ୍ଧି ଙ୍କୁ ଆୟୁଧ କରି  ରାଜନୈତିକ ଦଳ  ଚେଷ୍ଟା ଚଳାଇଛନ୍ତି । ତେବେ ଗାନ୍ଧି ଙ୍କ ନାଁରେ କାହାକୁ କେତେ ଫାଇଦା ମିଳିଛୁ ତାହ ଆଗକୁ ହିଁ ଜଣାପଡିବ ।

   Related Posts