Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାମ୍ମୁ କାଶ୍ମୀରରେ ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

21/09/2018 at 12:27 PM

ଦିଲ୍ଲୀ ୨୧/୯ : ଜାମ୍ମୁ କାଶ୍ମୀରରେ ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ | ଦକ୍ଷିଣ କାଶ୍ମୀରରା ସୋପିଅନ ଜିଲ୍ଲାରେ ୩ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି | ୪ଜଣ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ | ୪ଜଣଙ୍କ ମଧ୍ୟରୁ ଜଣକୁ ମୁକ୍ତ କରିଦେଇଥିଲେ ଆତଙ୍କବାଦୀ | ଅନ୍ୟ ୩ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି | ହିଜବୂଲ- ମୁଜାହିଁଦ୍ଦିନ ଆତଙ୍କୀ ସଂଗଠନ ଆଗରୁ ଭିଡିଓ ଜାରି କରି ଇସ୍ତଫା ଦେବାକୁ ପୋଲିସ କର୍ମଚାରୀଙ୍କୁ ଚେତାବନୀ ଦେଇଥିଲା | ଇସ୍ତଫା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ | କିଛି ଦିନ ତଳେ ୩ ପୋଲିସ କର୍ମଚାରୀ ଓ ସେମାନଙ୍କ ୮ ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ଉଠାଇ ନେଇଥିଲେ | ପୋଲିସ ଗିରଫ କରିଥିବା କିଛି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ମୁକ୍ତ କରାଯିବା ପରେ ଆତଙ୍କବାଦୀମାନେ ଅପହୃତଙ୍କୁ ଛାଡିଦେଇଥିଲେ | ଏବେ ପୁଣି ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଆତଙ୍କୀ |

   Related Posts