Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାୟୋ ବବଲ ଉଲ୍ଲଂଘନ କରି ଶ୍ରୀଲଙ୍କା କ୍ରିକେଟରଙ୍କ ନିନ୍ଦନୀୟ କାର୍ଯ୍ୟ, ଦଳରୁ ବାହାର ହେଲେ ୩ ଖେଳାଳି, ଭିଡିଓ ଭାଇରାଲ୍

28/06/2021 at 9:33 PM

ନୂଆଦିଲ୍ଲୀ ୨୮।୦୬ ପୁଣି ଥରେ ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍ ଦଳ। ଜୈବ ନିରାପତ୍ତା ବଳୟ  ଉଲ୍ଲଂଘନ କରିବା ତିନି ଖେଳାଳିଙ୍କୁ ମହଙ୍ଗା ପଡିଲା। ଏହି ଭୁଲ୍ ପାଇଁ ଶ୍ରୀଲଙ୍କା ତିନି ଖେଳାଳିଙ୍କୁ ଦଳରୁ ବାହାର କରି ଦେଇଛି। ଇଂଲଣ୍ଡ ଗସ୍ତରେ ଥିବା ବେଳେ ଖେଳାଳି କୁଶଲ ମେଣ୍ଡିସ, ଓ୍ଵିକେଟ୍ କିପର ନିରୋଶାନ ଡିକଓ୍ଵାଲେ ଓ ଓପନିଂ ବ୍ୟାଟସମ୍ୟାନ ଧନୁଷ୍କା ଗୁଣଥିଲକାଙ୍କୁ ସ୍ଵଦେଶ ଫେରି ଯିବାକୁ ଆଦେଶ ଦିଆଯାଇଛି। ଶ୍ରୀଲଙ୍କା ଟିମର ୩ଜଣ ଖେଳାଳି ବାୟୋ ବବଲ ନିୟମକୁ ଅବମାନନା କରି ବାହାରେ ବୁଲୁଥିଲେ। ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ସଚିବ ମୋହନ ଡି ସିଲଭା କହିଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟକାରୀ କମିଟି କୁଶଲ ମେଣ୍ଡିସ, ଧନୁଷ୍କା ଗୁଣାଥିଲକା ଓ ନିରୋଶନ ଡିକଓ୍ଵାଲେଙ୍କୁ ଜୈବ ନିରାପତ୍ତା ବଳୟ ଉଲ୍ଲଘଂନ କରିଥିବା ଅଭିଯୋଗରେ ଦଳରୁ ନିଲମ୍ବିତ କରିଛି। ଏଥିସହିତ ତୁରନ୍ତ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଦୁଇ ଷ୍ଟାର କ୍ରିକେଟର ନିରୋଶାନ ଡିକୱାଲେ ଓ କୁଶଲ ମେଣ୍ଡିସଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। କରୋନା ସମୟରେ ବାୟୋବବଲ୍ ନିୟମକୁ ଭାଙ୍ଗି ଏହି ଦୁଇ ଖେଳାଳି ରାତି ଅଧରେ ରାସ୍ତା ଉପରେ କୌଣସି ନିଶାଦ୍ରବ୍ୟ ହାତରେ ଧରିଥିବାର ଦେଖିବାକୁ ମିଳୁଛି। ଭିଡିଓରେ କୁଶଲ ମେଣ୍ଡିସ୍ ହାତରେ କୌଣସି ନିଶା ଦ୍ରବ୍ୟ ଧରିଛନ୍ତି ଓ ପାଖରେ ଅଛନ୍ତି ମେଣ୍ଡିସ୍। ହାତରେ ଧରିଥିବା କିଛି ଜିନିଷକୁ ମେଣ୍ଡିସ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ର ମୁଖ୍ୟ ଶମ୍ମି ଡି ସିଲଭ କହିଛନ୍ତି, ଏହି ମାମଲାର ଯାଞ୍ଚ କରାଯାଉଛି।

ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ସଂପନ୍ନ ହୋଇଛି। ଶ୍ରୀଲଙ୍କା ଦଳ ୦-୩ରେ ସିରିଜ ପରାଜିତ ହୋଇଛି। ୨୦୨୦ ଅକ୍ଟୋବର ପରଠୁ ଶ୍ରୀଲଙ୍କା କ୍ରମାଗତ  ୫ଟି ଟି-୨୦ ଶୃଙ୍ଖଳା ହାରି ସାରିଛି। ଏବେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ।

ସୂଚନାଯୋଗ୍ୟ, ବାୟୋ ବବଲ ଉଲଂଘନ କରିବା ଯୋଗୁଁ ବାଦ୍‌ ପଡ଼ିଥିବା ୩ ଖେଳାଳି ଟି-୨୦ ସିରିଜରେ ସମ୍ପୂର୍ଣ୍ଣ ଫ୍ଲପ୍‌ ହୋଇଥିଲେ। ମେଣ୍ଡିସ୍‌ ୩ଟି ମ୍ୟାଚରେ ମାତ୍ର ୫୪ ରନ୍‌,  ଡିକଓ୍ଵାଲେ ୨ଟି ମ୍ୟାଚରେ ୧୪ ରନ୍‌ ଓ ଗୁଣତିଲକା ୩ଟି ମ୍ୟାଚ୍‌ ଖେଳି ୨୬ ରନ୍‌ ସ୍କୋର କରିଥିଲେ।

   Related Posts