ଅପହରଣ କରି ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୩ ବ୍ୟକ୍ତି, ୪ ଘଣ୍ଟା ଯାଏ ମାମଲା‌ ରୁଜୁ କଲାନି ପୋଲିସ୍

Published By : Prameya-News7 Bureau | February 26, 2021 IST

ଗାଜିଆବାଦ୍‌, ୨୬/୦୨: ଉତ୍ତରପ୍ରଦେଶ ଗାଜିଆବାଦର ବିଜୟନଗର ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ସାମ୍ନାକୁ ଆସିଛି । କୁହାଯାଉଛି କି, ମହିଳାଙ୍କୁ ଅପହରଣ କରି ଏହି ଅଭିଯୁକ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି । ପୀଡ଼ିତା ଏନେଇ ପୋଲିସ୍‌ରେ ଏଫ୍‌ଆଇଆର୍‌ ଦେଇଥିବା ଜଣାପଡ଼ିଛି ।

ପୀଡ଼ିତା ପୋଲିସ୍‌କୁ ଦେଇଥିବା ବୟାନ ଅନୁସାରେ, ଅଭିଯୁକ୍ତମାନେ ଅଟୋରେ ତାଙ୍କୁ ଅପହରଣ କରିନେଇଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣକ ଗାଜିଆବାଦରେ ରହୁଥିବା ବେଳେ ସେ ଏକ ମଲ୍‌ରେ କାମ କରୁଥିଲେ । ମଲ୍‌ରୁ କାମ ସାରି ସେ ନୋଏଡାରୁ ଗାଜିଆବାଦକୁ ଅଟୋ ଯୋଗେ ଫେରୁଥିଲେ । ଏହାପରେ ଅଟୋରେ ବସିଥିବା ତିନିଜଣ ଲୋକ ତାଙ୍କୁ ଭୟ ଦେଖାଇ ମସୁରୀ ଥାନା ଅଞ୍ଚଳର ଏକ ଶୂନ୍‌ଶାନ୍‌ ସ୍ଥାନକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ । ପରେ ଅଭିଯୁକ୍ତମାନେ ମହିଳାଙ୍କୁ ପିଲ୍‌ଖୁଆ କ୍ଷେତ୍ରରେ ଏହ୍ଲାଇ ଦେଇଥିଲେ ଏବଂ ସେଠାରୁ ଫେରାର୍‌ ହୋଇଯାଇଥିଲେ ।

ଏହି ଘଟଣା ପରେ ପୀଡ଼ିତା ପୋଲିସ୍‌ରେ ଏଫ୍‌ଆଇଆର୍‌ ଦେବାକୁ ମସୁରୀ ଥାନାକୁ ଯାଇଥିଲେ । କିନ୍ତୁ ପୋଲିସ୍‌ ତାଙ୍କୁ ୪ ଘଣ୍ଟା ପର୍ଯ୍ୟନ୍ତ ଥାନାରେ ବସାଇବା ସହିତ ଏଫ୍‌ଆଇଆର୍ ରୁଜୁ କରିବାରେ ବିଳମ୍ୱ କରିଥିବା ମହିଳା ଅଭିଯୋଗ
ଆଣିଛନ୍ତି । ମସୁରୀ ପୋଲିସ୍‌ ଏହି ଘଟଣା ପିଲ୍‌ଖୁଆ ଅଞ୍ଚଳର ହୋଇଥିବା ଦର୍ଶାଇ ତାଙ୍କୁ ଫେରାଇ ଦେଇଥିଲା । ପରେ ସେ ପିଲ୍‌ଖୁଆ ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ ।  ସେଠାରେ ମଧ୍ୟ ପୋଲିସ୍‌ ବହୁ ବିଳମ୍ୱରେ ମାମଲା ରୁଜୁ କରିଥିବା ସେ କହିଛନ୍ତି ।   

ତେବେ ପେଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସ୍ ଜାରିରଖିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ୍‌ ଆଖପାଖର ସିସିଟିଭି ଚେକ୍‌ କରୁଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.