Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଜମ୍ମୁ-କାଶ୍ମୀରରେ ଜାତୀୟ ପତାକା ଉତ୍ତୋଳନ ଉଦ୍ୟମ କରି ୩ ଗିରଫ

26/10/2020 at 4:01 PM

ଶ୍ରୀନଗର ୨୬।୧୦:  ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରର ଐତିହାସିକ ଲାଲ ଚୌକ ଘଣ୍ଟା ଘର ଛାତରେ ଜାତୀୟ ପତାକା ଉତ୍ତୋଳନ ଉଦ୍ୟମ କରି ସୋମବାର ୩ ଜଣ ଗିରଫ ହୋଇଛି। ଗିରଫ ବ୍ୟକ୍ତିମାନେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା ବୋଲି ଦାବି କରୁଛନ୍ତି। ପିଡିପି ନେତ୍ରୀ ମହବୁବା ମୁଫ୍ତିଙ୍କ ଭାରତୀୟ ଜାତୀୟ ପତାକା ସମ୍ପର୍କିତ ମନ୍ତବ୍ୟ ପ୍ରତିବାଦରେ ସେମାନେ ଏପରି ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି।

ଲାଲଚୌକ ଶ୍ରୀନଗରର ସବୁଠୁ ବଡ଼ ବାଣିଜ୍ୟିକ କେନ୍ଦ୍ର। ଜାତୀୟ ପତାକା ଉଡାଇବାକୁ ଉଦ୍ୟମ କରୁଥିବା ଲୋକେ ଉତ୍ତର କାଶ୍ମୀର କୁପୱାଡାର ବୋଲି ପୋଲିସ ପଚରା ଉଚରାରୁ ଜଣାପଡିଛି। ତେବେ ଜମ୍ମୁ-କାଶ୍ମୀରରେ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ପୂର୍ବରୁ ରାଜ୍ୟର ନିଜ ଜାତୀୟ ପତାକା ଥିଲା। ତେବେ ସମ୍ବିଧାନର ଅନୁଚ୍ଛେଦ ପ୍ରତ୍ୟାହାର ସହ ରାଜ୍ୟର ନିଜସ୍ୱ ପତାକା ମଧ୍ୟ ହଟିଯାଇଛି।

ତେବେ ରାଜ୍ୟକୁ ପୁଣି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରା ନଯିବା ପର୍ଯ୍ୟନ୍ତ ଭାରତର ଜାତୀୟ ପତାକାକୁ ସମ୍ମାନ କରିବେ ନାହିଁ ବୋଲି ନିକଟରେ ପିଡିପି ନେତ୍ରୀ କହିଥିଲେ। ଯାହାକୁ ନେଇ ସାରା ଦେଶରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସୋମବାର ରାଜ୍ୟ ରାଜଧାନୀରେ ଜାତୀୟ ପତାକା ଉଡାଇବାକୁ ନାଗରିକ  ଉଦ୍ୟମ କରିଛନ୍ତି।

   Related Posts