ଖରାପ ଖବର ; ୯ମାସର ଏବଂ ୫ବର୍ଷର ଛୁଆ ସହ ବୟସ୍କଙ୍କ ହତ୍ୟା କଲେ ପାକିସ୍ତାନୀ ସୈନିକ
2/03/2019 at 5:03 PM

ନୂଆଦିଲ୍ଲୀ ୨/୩: ଅଭିନନ୍ଦନଙ୍କୁ ପାକିସ୍ତାନରେ ଗିରଫ କରାଯିବା ପରେ ସମଗ୍ର ଦେଶ ଚିନ୍ତାରେ ପଡ଼ିଯାଇଥିଲା। ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନର ଦାବି କରିଥିଲେ। ଅଭିନନ୍ଦନଙ୍କ ଚିନ୍ତାରେ ଭାରତୀୟଙ୍କ ରକ୍ତ ଥଣ୍ଡା ପଡ଼ିଯାଇଥିଲା। ଗତକାଲି ଅଭିନନ୍ଦନ ସକୁଶଳ ଘରକୁ ଫେରିଥିଲେ। ଲୋକେ ପାକିସ୍ତାନ ସହ ଯୁଦ୍ଧ କରିବା କଥା ଭୁଲିଗଲେ। କିନ୍ତୁ ପାକିସ୍ତାନ ଆଜି ପୁଣି ଥରେ ନିଜ ପ୍ରକୃତ ଚେହେରା ଦେଖାଇଛନ୍ତି। ପୁଞ୍ଛ ସୀମାରେ କ୍ରସ୍ ବର୍ଡ଼ର ଫାଇରିଙ୍ଗରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ଜଣେ ୯ମାସର ଛୁଆ,ଜଣେ ୫ବର୍ଷର ଛୁଆ ଏବଂ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି। ୩ଜଣ ଗୋଟିଏ ପରିବାରର ଥିଲେ।

ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟମାନେ ପାକିସ୍ତାନକୁ ଧ୍ବଂସ କରିବାପାଇଁ ଦାବି କରିଥିଲେ। ଭାରତ ସରକାର ୧୦ଦିନ ପରେ ପାକିସ୍ତାନୀ ଆତଙ୍କୀ ଶିବିର ଉପରେ ବୋମା ବିସ୍ଫୋରଣ କରି ଦେଶବାସୀଙ୍କ ରାଗକୁ ଶାନ୍ତ କରିଥିଲେ। ପୁଣିଥରେ ଆଜି ପାକିସ୍ତାନ ଜୋରଦାର ଫାୟାରିଙ୍ଗ୍ କରି ୩ଜଣ ନିରୀହଙ୍କ ପ୍ରାଣ ନେଇଛି।

ଭାରତର କିଛି ଲୋକ ପାକିସ୍ତାନକୁ ଶାନ୍ତିପ୍ରିୟ ଦେଶ କହିଥାଆନ୍ତି। କିନ୍ତୁ ପାକିସ୍ତାନ ଆମ ଦେଶର ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଛାଡ଼ିନଥାଏ। ଭାରତୀୟ ସେନା ଖୁବ୍ ଶୀଘ୍ର ଏହାର ଜବାବ ଦେବ।
