Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସାବଧାନ ବୁଲୁଛି ବାଘ : ଦୁଇ ନୁହେଁ ୩ଟି କଲରାପତରିଆ

16/12/2018 at 12:19 PM

ବଲାଙ୍ଗୀର୧୬/୧୨: ଖୁଲମ ଖୁଲା ବୁଲୁଛନ୍ତି କି ଆପଣ। ଟିକିଏ ରୁହନ୍ତୁ ସାବଧାନ । ଜଙ୍ଗଲ ଛାଡି ରାସ୍ତା ଉପରେ ଏବେ ବୁଲୁଛନ୍ତି କଲରାପତରିଆ। ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ପରେ ଆତଙ୍କିତ ହୋଇଯାଇଛନ୍ତି ଜନସାଧାରଣ। ଗତ ୫ ଦିନ ଆଗରୁ ବଲାଙ୍ଗୀର ସଇଁନ୍ତଳା ବଡମାଲ ଗୋଲାବାରୁଦ କାରଖାନାଠାରେ ଦେଖିବାକୁ ମିଳିଥିଲା ୨ଟି କଲରାପତରିଆ । ବଡାମାଲ କିଛି କର୍ମଚାରୀ ବାଘ ସହ ମୁହାଁମୁହିଁ ହେବା ପରେ ଚାରିଚକିଆ ଗାଡି ଭିତରୁ କରିଥିଲେ ଭିଡିଓ ସୁଟିଙ୍ଗ। ଆଉ ସେ ଭିଡିଓ ଏବେ ଭାଇରାଲ। । ସେପଟେ ବର୍ଣ୍ଣି ଜଙ୍ଗଳରେ ବାଘ ରହୁଥିବାବେଳେ ୩ ଟି ବାଘ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଅନ୍ବେଷଣ ପାଇଁ ଚାଲିଆସିଥିବା କହିଛି ବନବିଭାଗ।

ଦୁଇ ନୁହେଁ ତିନି। ଗତ ୫ ଦିନ ହେଲା ବଲାଙ୍ଗୀର ସଇଁନ୍ତଳା ବଡମାଲ ଠାରେ ଦୁଇଟି କଲରାପତରିଆ ବାଘ ବୁଲୁଥିବା ଳୋକ ଦେଖିବା ପରେ ,କସନ ମୋଡକୁ ଆସିଥିଲା ବନବିଭାଗ। ଏନେଇ କାଲି ଦିନ ତମାମ ଡିଏଫଓ ଓ ତାଙ୍କ ଟିମ ବଡମାଲଠାରେ ପଇଁତରା ମାରିଥିଲେ। ତେବେ ତନାଘନା ପରେ ବନବିଭାଗ ହାତରେ ଲାଗିଛି ଠୋସ ସୁରାକ । ଦୁଇଟି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସେମାନେ ଗୋଟିଏ ତିନି ଜଣ ଗୃପ ରହିଛନ୍ତି। ଗୋଟିଏ ମାଦା, ଗୋଟିଏ ପୁରୂଷ ଓ ଆଉ ଗୋଟିଏ ଛୁଆ କଲରାପତରିଆ ବାଘ ସେହି ଅଞ୍ଚଳରେ ଘୁରିବୁଲୁଛନ୍ତି। ତେବେ ଦୁଇଟି ବଡ ବାଘ ପାଖା ପାଖି ୫ ଫୁଟରୁ ଅଧିକ ସେମାନଙ୍କ ଲମ୍ବ ଥିବାବେଳେ ଗୋଟିଏ ଛୋଟ ଛୁଆ ଥିବା ସ୍ପଷ୍ଟ କରିଛନ୍ତି ବନବିଭାଗ ଅଧିକାରୀ। ସେପଟେ ବାଘ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ଡିଏଫଓ। ବାଘଙ୍କ ପାଇଁ ବନବିଭାଗ ଏକ ଟିମ୍ ଗଠନ କରିବା ସହ ନିୟମିତ ପେଟ୍ରୋଲିଙ୍ଗ ସହ କୌଣସି ଦୁର୍ଘଟଣା ନଘଟିବ ସେ ନେଇ କରିଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା।  ସେପଟେ ଗତ ଦୁଇ ବର୍ଷ ହେବ ଗୋଟିଏ କଲରାପତରିଆ ବାଘର ଛୁଆ ଟିଟିଲାଗଡ ସିକେର ଜଙ୍ଗଳରୁ ସ୍ଥାନୀୟ କିଛି ଲୋକ ପାଇଥିବା ବେଳେ ତାଙ୍କ ଘରେ ଆଣି ରଖିଥିଲେ। ତେବେ ପରେ ଏହାର ଖବର ବନବିଭାଗକୁ ଦେବା ପରେ ବାଘ ଛୁଆଟିକୁ ନନ୍ଦନକାନନକୁ ପଠାଇଦିଆଯାଇଥିଲା।

 ଗତ ଗୁରୁବାର ଦିନ ରାତି ୧୧ଟା ପାଖା ପାଖି। ହଠାତ ଗୋଟିଏ ଚାରିଚକିଆ ଯାନ ରାସ୍ତା ଉପରେ ଆସି ରହିଯାଉଛି। ଓ ଲାଇଟ ପଡିବା ମାତ୍ରେ କିଛି  ରାସ୍ତା କଡରେ ହଲଚଲ ହୋଇଥିଲା  । ଦେଖିବା ବେଳକୁ ଆଖି ସମ୍ମୁଖରେ ଦୁଇ ଦୁଇଟି ବାଘ ରାସ୍ତାପାରି ହେବା ସହ ବୁଲୁଥିଲେ  ରାସ୍ତା ମଝିରେ। ଖାଲି ସେତିକି ନୂହେଁ ଲାଇଟ ପଡୁଥିଲେ ମଧ୍ୟ ତାଙ୍କ ଉପରେ ପଡୁନଥିଲା  ଫରକ। ନିର୍ଭୟରେ ବୁଲୁଥିଲେ  ଦୁଇଟି ବାଘ। ଏଭଳି ଦୃଶ୍ୟର ଭିଡିଓ ଏବେ ଭାଇରାଲ ହୋଇ ବୁଲୁଛି ବଲାଙ୍ଗୀର ଜିଲ୍ଲାରେ। ଯାହାକି ସମଗ୍ର ଅଞ୍ଚଳରେ ଖେଳାଇଦେଇଛି ଭୟ। ଗତ ଗୁରୁବାର ଦିନ ରାତିରେ ସଇଁନ୍ତଳା ବଡମାଲଠାରେ ବଡମାଲ କିଛି କର୍ମଚାରୀ ନାଇଟ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାସ୍ତା ଉପରେ ଦେଖିବାକୁ ପାଇଥିଲେ ଏଭଳି ଦୃଶ୍ୟ। ଓ କଏଦ କରିଥିଲେ ସମସ୍ତ ଦୃଶ୍ୟକୁ ନିଜ ମୋବାଇଲରେ। ଯାହା ଏବେ ଦେଖି  ଭୟର ବାତାବରଣରେ ରହୁଛନ୍ତି ସ୍ଥାନୀୟ ଲୋକ। ସେପଟେ ଦୁଇଟି ବଦଳରେ ତିନିଟି ବାଘର ଖବର ପାଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ। ତୁରନ୍ତ ବନବିଭାଗ ବାଘକୁ ଜଙ୍ଗଳକୁ ପଠାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

 

ଗୋଟିଏ ପଟେ ହାତୀ  ବଲାଙ୍ଗୀର ଜିଲ୍ଲାରେ ଳୋକଙ୍କୁ ଆତଙ୍କିତ କରିଥିବା ବେଳେ ଏବେ କଲରାପତରିଆ ବାଘ ଲୋକଙ୍କ ବଢାଇଦେଇଛି ଚିନ୍ତା। ଏନେଇ ବନବିଭାଗ କେବଳ ପେଟ୍ରୋଲିଙ୍ଗ କରିବା ବଦଳରେ ବନ୍ୟଜନ୍ତୁ କିଭଳି ସହର ମୁହାଁ ନହେବ ସେଥି ପ୍ରତି ଧ୍ୟାନ ଦେବା ସହ ଏହାର ସ୍ଥାୟୀ ସମାଧାନ ଜରୁରି ହୋଇପଡିଛି।

   Related Posts