ଆଠମଲ୍ଲିକ ବ୍ଲକ୍‌ର ୩ ପଞ୍ଚାୟତ ୩ ଦିନ ପାଇଁ ସଟ୍ ଡାଉନ୍

Published By : Prameya-News7 Bureau | August 17, 2020 IST

ଆଠମଲ୍ଲିକ ୧୭।୮: ଅନୁଗୋଳ ଆଠମଲ୍ଲିକ ବ୍ଲକର ୩ଟି ପଞ୍ଚାୟତ  କିଆକଟା, ପୁରୁଣାତିର ଓ ମାଧପୁର ତିନି ଦିନପାଇ ସଟ୍ ଡ଼ାଉନ୍।  ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କିଆକଟା ପଂଚାୟତ ଏବଂ ପୁରୁଣାମାନତ୍ରୀ ପଂଚାୟତକୁ ଆଜିଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ମାନେ ସଟଡ଼ାଉନ ଘୋଷଣା କରିଛନ୍ତି ।

{"id":315916,"sizeSlug":"large"}

ସୂଚନା ଅନୁସାରେ ରବିବାର  କିଆକଟା ଥାନାର  ୫ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ  ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚ ସୋମନାଥ ମଲ୍ଲିକ ତିନି ଦିନ ପାଇଁ ପଂଚାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ସେହିପରି ପୁରୁଣାମାନତ୍ରୀ ପଂଚାୟତରେ ଜଣେ ସଂକ୍ରମିତକୁ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବୀରେନ୍ଦ୍ର ବଡ଼ମାଳି ମଧ୍ୟ ତିନିଦିନ ପାଇଁ  ସଟଡ଼ାଉନ ଘୋଷଣା କରିଛନ୍ତି ।

{"id":315917,"sizeSlug":"large"}

ଏହା ସହିତ ରବିବାର ସନ୍ଧ୍ୟାରୁ ମାଧପୁର ପଂଚାୟତ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା ହୋଇସାରିଛି । ରବିବାର ଆଠମଲ୍ଲିକ ଏନଏସିରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି ।  ସୋମବାର ଆଠମଲ୍ଲିକର ବିଭିନ୍ନ  ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.