ଜାତୀୟ ସ୍ତରରେ ଗଞାମର ୩ଟି ପଞ୍ଚାୟତ ପୁରସ୍କୃତ
24/04/2020 at 5:14 PM

ଗଞ୍ଜାମ ୨୪/୦୪ : ଜାତୀୟ ସ୍ତରୀୟ ପଞ୍ଚାୟତ ପୁରସ୍କାରରେ ଗଞାମ ଜିଲ୍ଲା ତିନୋଟି ବିଭାଗ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗ୍ରାମ ପଞ୍ଚାୟତ ଡେଭେଲପ୍ମେଣ୍ଟ ପ୍ଲାନରେ ଗଞାମ ବ୍ଳକର କାଇଁଚପୁର ଗ୍ରାମପଞ୍ଚାୟତ ସଫଳତା ପାଇଥିବା ବେଳେ ଚାଇଲ୍ଡ ଫ୍ରେନ୍ଡଲି ଗ୍ରାମ ପଞ୍ଚାୟତ ଭାବେ ବେଲଗୁଣ୍ଠା ବ୍ଳକର ବଡବୋରସିଙ୍ଗି ପଞ୍ଚାୟତ ଏବଂ ନଣଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ପାଇଁ ସାନଖେମୁଣ୍ଡି ବ୍ଲକର ପୋଡାମାରୀ ଗ୍ରାମ ପଞ୍ଚାୟତ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୧୮-୧୯ ବର୍ଷ ପଞ୍ଚାୟତ ପୁରସ୍କାରରେ ଗଞାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ସଫଳତାରେ ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଞାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।