Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲିପାଟଣା ବ୍ଲକ୍‌ର ୩ଟି ପଞ୍ଚାୟତ ୪ଦିନ ପାଇଁ ସଟ୍ ଡାଉନ୍ ଘୋଷଣା

20/08/2020 at 11:22 AM

ବାଲିପାଟଣା ୨୦।୮: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍ ଅଞ୍ଚଳରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲିପାଟଣା ବ୍ଲକର ତିନି ପଞ୍ଚାୟତକୁ ଚାରି ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । ମଝିହରା ଗ୍ରାମ ପଞ୍ଚାୟତ, ଭାକରସାହି ଗ୍ରାମ ପଞ୍ଚାୟତ ଏବଂ ଭାପୁର ଗ୍ରାମ ପଞ୍ଚାୟତକୁ ଆଜି ଦିନ ୨ଟାରୁ ୨୪ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ତିନି ଗ୍ରାମପଞ୍ଚାୟତର ସରପଞ୍ଚ ।

ବିଶେଷ କରି ବନମାଳିପୁର ଏକ ବ୍ୟସ୍ତ ବହୁଳ ବଜାର । ପ୍ରତ୍ୟେକ ଦିନ ଏଠାରେ ଗହଳି ଲାଗି ରୁହେ । ବନମାଳିପୁର ବଜାରରେ ଏହି ତିନି ପଞ୍ଚାୟତର ଲୋକମାନଙ୍କର ଗହଳି ଲାଗି ରୁହେ । ବନମାଳିପୁରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ତିନି ସରପଞ୍ଚ ।

ଏହି ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅନୁଷ୍ଠାନ, ଦୋକାନ, ଧାର୍ମିକ କାର୍ଯ୍ୟକ୍ରମ ଆଦି ବନ୍ଦ ରହିବ । ଅମାନିଆ ହେଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

   Related Posts