ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା : ପାକିସ୍ତାନ କ୍ରିକେଟ୍ ଟିମର ୩ ଖେଳାଳି କରୋନା ପଜିଟିଭ୍

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୦୬ : ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମକୁ ଏକ ବଡ ଝଟକା ଲାଗିଛି | ପାକିସ୍ତାନ କ୍ରିକେଟ ଟିମର ୩ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ପାକିସ୍ତାନ ଟିମର ଲେଗ ସ୍ପିନର ସାଦବ ଖାନ, ସ୍ପିଡ଼ ବୋଲର ହରିଶ ରଉଫ ଏବଂ ୧୯ ବର୍ଷ ବୟସ୍କ ବ୍ୟାଟ୍ସମ୍ୟାନ ହାଇଦର ଅଲି | ଏହି ୩ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି |

ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ୩ ଖେଳାଳିଙ୍କୁ କରୋନା ହୋଇଥିବା ସ୍ପଷ୍ଟ କରିଛନ୍ତି | ପିସିବି କହିଛି ଯେ ଏହି ୩ ଖେଳାଳିଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖା ଦେଇନଥିଲା କିନ୍ତୁ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି | ରାୱଲପିଣ୍ଡିରେ ଶନିବାର ଦିନ ଉସ୍ମାନ ଓ ଇମାଦଙ୍କ କରୋନା ଟେଷ୍ଟ ହୋଇଥିଲା | କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା |

ସୂଚନାଯୋଗ୍ୟ ଯେ, ଆସନ୍ତା ରବିବାର ଦିନ ପାକିସ୍ତାନ ଟିମ ଇଂଲଣ୍ଡ ଗସ୍ତରେ ଯିବ | କିନ୍ତୁ ତା ପୂର୍ବରୁ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯାଇଛି | ଟେଷ୍ଟରେ ୩ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଇଂଲଣ୍ଡ ଗସ୍ତ ପାଇଁ ୨୯ ଜଣିଆ ଟିମ ଚୟନ ହୋଇଛି | ଏମାନଙ୍କ ମଧ୍ୟରୁ ୩ ଖେଳାଳି କରୋନା ପୀଡିତ | ତେବେ ଏହି ୩ ଜଣ ଇଂଲଣ୍ଡ ଗସ୍ତରେ ଯାଇପାରିବେ ନାହିଁ | ପାକିସ୍ତାନରେ ଏହି ୩ ଖେଳାଳିଙ୍କ ଚିକିତ୍ସା ହେବ | ଇଂଲଣ୍ଡ ଗସ୍ତରେ ପାକିସ୍ତାନ ୩ଟି ଟେଷ୍ଟ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ ଖେଳିବାର ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.